Uncategorized

ଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ପ୍ରିୟଙ୍କାଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣ କରିବାରେ ମୋଦି ସରକାର ବିଫଳ ହେବାକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ମୋଦି ସରକାରକୁ ଆଜି ଟାର୍ଗେଟ କରିଥିଲେ ଏଥିସହ ସେ ସରକାର ଲୋକଙ୍କ ଜୀବନ ଧାରଣର ମାନଦଣ୍ଡକୁ ବିପର୍ଯ୍ୟସ୍ତ କରିବା ପାଇଁ ଭର୍ତ୍ସନା କରିଥିଲେ ।
ପ୍ରିୟଙ୍କା କହିଥିଲେ, ସରକାର ଲୋକଙ୍କ ପକେଟ ମାରୁ କରୁଛି । ପନିପରିବା ଓ ଆବଶ୍ୟକୀୟ ସାମଗ୍ରୀର ଦର ଦାମର ଅହେତୁକ ବୃଦ୍ଧି ଯୋଗୁଁ ସାଧାରଣ ଜନତା ପାଇଁ ସେସବୁ ଅପହଁଚ ହୋଇଯାଇଛି । ପନିପରିବା, ତେଲ, ସାଗ, ଲୁଣର ମୂଲ୍ୟ ବୃଦ୍ଧି ହୋଇଥିବାରୁ ଗରିବ ଜନତା କଣ ଖାଇବ ବୋଲି ସରକାରକୁ ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି । ଅପର ପକ୍ଷରେ ଆର୍ଥିକ ଦୁରବସ୍ଥା ପାଇଁ ଗରିବ ରୋଜଗାର ପାଇ ପାରୁନାହିଁ । ବିଜେପି ସରକାର ଖାଲି ଲୋକଙ୍କ ପକେଟ ମାର କରୁନାହିଁ ବରଂ ସେମାନଙ୍କ ପେଟକୁ ନାତ ମାରିଛି । ଆଜି ସକାଳେ ପ୍ରିୟଙ୍କା ଟୁଇଟ କରି ଏହି ମୋଦି ସରକାର ଉପରେ ବିଷୋଦ୍ଗାର କରିଥିଲେ ।

ସୂଚନାଯୋଗ୍ୟ, ଗତକାଲି ରିଟେଲ ମାର୍କେଟକୁ ନେଇ ପ୍ରକାଶ ପାଇଥିବା ରିପୋର୍ଟ ଜାରି ହେବା ପରେ ପ୍ରିୟଙ୍କା ସରକାରକୁ ଏହି ଟାର୍ଗେଟ କରିଛନ୍ତି । ରିପୋର୍ଟରେ ଦର୍ଶାଯାଇଛି, ଖୁଚୁରା ସାମଗ୍ରୀର ଦର ସାଢେ ପାଞ୍ଚ ବର୍ଷର ଦରକୁ ଟପି ୭.୩୫%ରେ ପହଁଚିଛି ।

Related posts

ଅନଲକ-୨ ପାଇଁ ଗାଇଡଲାଇନ ଜାରି

mahabharatanews

ଗଙ୍ଗାରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

mahabharatanews

ପାରାଦୀପ ପୋର୍ଟ କ୍ଲବରେ ପାଳିତ ହୋଇଛି ପ୍ରେସ ଦିବସ

mahabharatanews