ଓଡିଶା

୨୬ରୁ ଆଦିବାସୀ ମେଳା

(ଭୁବନେଶ୍ୱର) : ରାଜଧାନୀବାସୀଙ୍କ ପାଇଁ ଖୁସି ଖବର ।  ଆପଣଙ୍କୁ ଜଣାଇଦେଉଛୁ ଯେ ,୨୬ ଜାନୁଆରୀରୁ ଆରମ୍ଭ ହେବ ଆଦିବାସୀ ମେଳା । ଆସନ୍ତା ୨୬ ତାରିଖରୁ ୟୁନିଟ୍‌‌-୧ ଆଦିବାସୀ ଚଳିତ ବର୍ଷ ମେଳା ଜାନୁଆରୀ ଅନୁଷ୍ଠିତ ହେବ ‘ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୪’ । ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଳାକୁ ଉଦ୍‌‌ଘାଟନ କରିବାର କାର୍ୟ୍ୟକ୍ରମ ରହିଛି।

ସୂଚନାନୁଯାୟୀ , ଚଳିତବର୍ଷ ମେଳା ପରିସରରେ ୧୦୭ଟି ଷ୍ଟଲ୍‌‌ରେ ଜନଜାତିଙ୍କ ବିଭିନ୍ନ କାରିଗରୀ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରିବଟା ପାଇଁ ବ୍ୟବସ୍ଥା ହୋଇଛି। ଚଳିତ ବର୍ଷ ଏହି ମେଳା ଜାନୁଆରୀ ୨୬ ତାରିଖରୁ ଫେବୃଆରୀ ୫ତାରିଖ ପର୍ୟ୍ୟନ୍ତ ୧୧ଦିନ ଚାଲିବ। ଅପରାହ୍ଣ ୨ଟାରୁ ରାତି ୧୦ ଟା ପର୍ୟ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରହିବ । ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରକୋଷ୍ଠ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ଖାଦ୍ୟ ବଜାର ଆଦି ମେଳାର ଆକର୍ଷଣ ପାଲଟିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Related posts

ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ସବୁଜ ବିପ୍ଳବୀ ସମ୍ମାନ

mahabharatanews

ବିଜେଡି କରୁଛି ରକ୍ତଦାନ

mahabharatanews

ଉତରାୟଣ କାଇଟ୍ ଫେଷ୍ଟିଭାଲ ଅନୁଷ୍ଠିତ

mahabharatanews