ଅପରାଧ

ଖୁଲମଖୁଲା ଚାଲିଛି ଜୁଆ ଖେଳ: ପୁଲିସ ହାତରେ ହାତ ଦେଇ ବସିଛି

ଗୋପ/ଜୟନ୍ତ ସେଠୀ: ସନ୍ଧ୍ୟା ହେଲେ ଜମୁଛି ଜୁଆ ଖେଳର ଆସର। ଖୁଲମଖୁଲା ଜୁଆ ଖେଳ ଚାଲିଥିବା ବେଳେ ଏଥିରେ ଜୁଆଡିମାନେ ବାଜି ଲଗାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏମାନଙ୍କୁ ନା ଅଛି ପୋଲିସର ଡର ନା ଆଇନକାନୁନର ଭୟ। ପୁରୀ ଚନ୍ଦନପୁର ଥାନା ବୀରପ୍ରତାପପୁର ଗୋଲା ସାହିରେ ଏମିତି ଜୁଆ ଖେଳ ଚାଲିଛି।  ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଥାନା ଠାରୁ ମାତ୍ର ଶହେ ମିଟର ଦୂରରେ ଏଭଳି ଜୁଆ ଖେଳ ଚାଲୁଥିବା ବେଳେ କିନ୍ତୁ ପୁଲିସ ହାତରେ ହାତ ଦେଇ ବସିଛି । ଗୋଟିଏପଟେ ଅପରାଧ ଏବଂ ବେଆଇନ କାରବାରକୁ ଦୃଢ ହସ୍ତରେ ଦମନ କରିବା ପାଇଁ ପୁରୀ ପୋଲିସ ଆକ୍ସନ ମୋଡରେ ଥିବା ବେଳେ ଜୁଆ ଖେଳକୁ କିଭଳି ବନ୍ଦ କରିପାରୁ ନାହିଁ ସେନେଇ ପୋଲିସର ପାରିବାପଣିଆ ପ୍ରତି ସାଧାରଣରେ ପ୍ରଶ୍ନ ଉଠିଛି। କିଛି ଅସାଧୁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଯୋଗୁଁ ଏହି ଜୁଆ ଖେଳ ଚାଲିଥିବା ନେଇ ସାଧାରଣରେ ସନ୍ଦେହ କରାଯାଉଛି। ତେବେ ଏହି ଜୁଆ ଖେଳ ଓ ଜୁଆଡିଙ୍କ ପ୍ରତି ପୋଲିସ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଅନେକ ଅପରାଧ ଘଟିବାର ସମ୍ଭାବନା ରହିଛି। ସେପଟେ କିଛିଦିନ ପୂର୍ବେ ଚନ୍ଦନପୁର ବଜାର ଓ ଥାନା ପାଖରେ ଏଭଳି ଜୁଆ ଖେଳ ଚାଲିଥିବା ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଥିଲା। । ଏବେ ଗୋଲା ସାହି ଅଞ୍ଚଳରେ ଅସାଧୁ ବ୍ୟକ୍ତି ମାନେ ପୁଣିଥରେ ଜୁଆ ଖେଳ ଆରମ୍ଭ କରିଦେଇଛନ୍ତି । ଏଥିପାଇଁ କିଛି ପୋଲିସ ଅଧିକାରୀ ଓ କର୍ମଚାରୀ ମୋଟା ଅଙ୍କ ନେଉଥିବା ଶୁଣିବାକୁ ମିଳିଛି। ତେବେ ପୁରୀ ଏସପି ଏମାନଙ୍କ ପ୍ରତି କିଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାକୁ ହିଁ ଅପେକ୍ଷା।

 

Related posts

ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ

mahabharatanews

ଖୁଲମଖୋଲା ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କଲେ ଦୁବୁର୍ତ୍ତ

mahabharatanews

ଏଣିକି ରାସ୍ତାରୁ ପିଚୁ ଖୋଳିଲେ ନିଆଯିବ କାର୍ଯ୍ୟନୁଷ୍ଠାନ

mahabharatanews