ଓଡିଶା

ଖେଳିବାକୁ ଯାଇ ୨ ଛାତ୍ର ନିଖୋଜ, ଅପହରଣ ମାମଲା ରୁଜୁ

(ମହାଭାରତ, ଢେଙ୍କାନାଳ): ଢେଙ୍କାନାଳ ଟାଉନରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ବି.ବି ହାଇସ୍କୁଲରରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ୨ ଛାତ୍ର ଗତ ରବିବାର ଷ୍ଟାଡିଅମକୁ ଖେଳିବାକୁ ଯାଇ ନିଖୋଜ ହୋଇଛନ୍ତି । ସେମାନଙ୍କ ପରିବାର ଲୋକେ ଫେରିବାର ବାଟ ଚାହିଁ ଚାହିଁ ଶେଷରେ ପୋଲିସର ସହାୟତା ନେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘଟଣାରେ କୌଣସି ସୁରାଗ ମିଳିନାହିଁ । ଫଳରେ ଉଭୟଙ୍କ ପରିବାର ଲୋକେ ଅପହରଣ ମାମଲା ରୁଜୁ କରିଛନ୍ତି । ନିଖୋଜ ଛାତ୍ର ଦ୍ୱୟ କୁଞ୍ଜକାନ୍ତ ଅଞ୍ଚଳର ଆୟୁଷ୍ମାନ ନାଏକ ଏବଂ ଗୁଡଇନାଳି ଅଞ୍ଚଳର ଓମ ପ୍ରକାଶ ପରିଡା ବୋଲି ଜଣାପଡିଛି ।

ଓମପ୍ରକାଶଙ୍କ ମାଆଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ସକାଳ ସାଢେ ୬ଟାରେ ତାଙ୍କ ପୁଅ ଷ୍ଟାଡିଅମକୁ ଖେଳିବାକୁ ଯାଇଥିଲା । ସିସିଟିଭି ଫୁଟେଜ ଅନୁସାରେ ସେଠାରେ ନିଜ ସାଙ୍ଗ ଆୟୁଷ୍ମାନ ସହ ୭ଟା ପର୍ଯ୍ୟନ୍ତ ତାଙ୍କୁ ଦେଖିବାକୁ ମିଳିଥିଲା । ତା’ପରେ ଉଭୟ ସେଠାରୁ କେଉଁ ଆଡେ ଚାଲିଯାଇଥିଲେ । ଏହା ପରଠାରୁ ଉଭୟଙ୍କ କୌଣସି ଖବର ମିଳିନାହିଁ । ଷ୍ଟାଡିଅମରୁ ସାଇକେଲ ମିଳିଲା କିନ୍ତୁ ପୁଅ ଓ ତା ସାଙ୍ଗ ଆୟୁଷ୍ମାନର ପତ୍ତା ମିଳିନାହିଁ । ଏହାଛଡା କାହା ସହ କୌଣସି ପ୍ରକାର ଶତ୍ରୁତାକୁ ମଧ୍ୟ ନିଖୋଜ ହୋଇଥିବା ଉଭୟ ଛାତ୍ରଙ୍କ ପରିବାର ଏଡାଇ ଯାଇଛନ୍ତି । ଏହି ଘଟଣାକୁ ନେଇ ଉଭୟଙ୍କ ପରିବାର ପକ୍ଷରୁ ଥାନାରେ ଅପହରଣ ଅଭିଯୋଗ କରାଯାଇଛି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Related posts

ଜାତୀୟସ୍ତରୀୟ ସେମିନାରରେ ଯୁନାନି ଦିବସ ପାଳନ

mahabharatanews

ଗଣମାଧ୍ୟମଠୁ ଦୂରରେ ଗଣମାଧ୍ୟମ ଉପଦେଷ୍ଟା

mahabharatanews

ଏନ୍ଟିପିସି କଣିହାଁ ପକ୍ଷରୁ ଆତଙ୍କବାଦୀ ବିରୋଧୀ ଦିବସ ପାଳିତ

mahabharatanews