ଓଡିଶା

ଖେଳିବାକୁ ଯାଇ ୨ ଛାତ୍ର ନିଖୋଜ, ଅପହରଣ ମାମଲା ରୁଜୁ

(ମହାଭାରତ, ଢେଙ୍କାନାଳ): ଢେଙ୍କାନାଳ ଟାଉନରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ବି.ବି ହାଇସ୍କୁଲରରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ୨ ଛାତ୍ର ଗତ ରବିବାର ଷ୍ଟାଡିଅମକୁ ଖେଳିବାକୁ ଯାଇ ନିଖୋଜ ହୋଇଛନ୍ତି । ସେମାନଙ୍କ ପରିବାର ଲୋକେ ଫେରିବାର ବାଟ ଚାହିଁ ଚାହିଁ ଶେଷରେ ପୋଲିସର ସହାୟତା ନେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘଟଣାରେ କୌଣସି ସୁରାଗ ମିଳିନାହିଁ । ଫଳରେ ଉଭୟଙ୍କ ପରିବାର ଲୋକେ ଅପହରଣ ମାମଲା ରୁଜୁ କରିଛନ୍ତି । ନିଖୋଜ ଛାତ୍ର ଦ୍ୱୟ କୁଞ୍ଜକାନ୍ତ ଅଞ୍ଚଳର ଆୟୁଷ୍ମାନ ନାଏକ ଏବଂ ଗୁଡଇନାଳି ଅଞ୍ଚଳର ଓମ ପ୍ରକାଶ ପରିଡା ବୋଲି ଜଣାପଡିଛି ।

ଓମପ୍ରକାଶଙ୍କ ମାଆଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ସକାଳ ସାଢେ ୬ଟାରେ ତାଙ୍କ ପୁଅ ଷ୍ଟାଡିଅମକୁ ଖେଳିବାକୁ ଯାଇଥିଲା । ସିସିଟିଭି ଫୁଟେଜ ଅନୁସାରେ ସେଠାରେ ନିଜ ସାଙ୍ଗ ଆୟୁଷ୍ମାନ ସହ ୭ଟା ପର୍ଯ୍ୟନ୍ତ ତାଙ୍କୁ ଦେଖିବାକୁ ମିଳିଥିଲା । ତା’ପରେ ଉଭୟ ସେଠାରୁ କେଉଁ ଆଡେ ଚାଲିଯାଇଥିଲେ । ଏହା ପରଠାରୁ ଉଭୟଙ୍କ କୌଣସି ଖବର ମିଳିନାହିଁ । ଷ୍ଟାଡିଅମରୁ ସାଇକେଲ ମିଳିଲା କିନ୍ତୁ ପୁଅ ଓ ତା ସାଙ୍ଗ ଆୟୁଷ୍ମାନର ପତ୍ତା ମିଳିନାହିଁ । ଏହାଛଡା କାହା ସହ କୌଣସି ପ୍ରକାର ଶତ୍ରୁତାକୁ ମଧ୍ୟ ନିଖୋଜ ହୋଇଥିବା ଉଭୟ ଛାତ୍ରଙ୍କ ପରିବାର ଏଡାଇ ଯାଇଛନ୍ତି । ଏହି ଘଟଣାକୁ ନେଇ ଉଭୟଙ୍କ ପରିବାର ପକ୍ଷରୁ ଥାନାରେ ଅପହରଣ ଅଭିଯୋଗ କରାଯାଇଛି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Related posts

ଅଭିନବ ରୂପରେ ବିବାହ ବାର୍ଷିକୀ ପାଳିଲେ ରାଳବ ଗ୍ରାମର ବାଉରୀ ବନ୍ଧୁ ଦଳାଇ

mahabharatanews

ମଶା ବଂଶ ବୃଦ୍ଧି ହେତୁ ଆମ ଆଦାମ ପାର୍ଟି ପକ୍ଷରୁ ବିକ୍ଷୋଭ

mahabharatanews

ଘର ଉଜାଡି ଦେଇଛି ଫନି, ପଲିଥିନ ତଳେ ଏବେ ବି ଦିନ କାଟୁଛନ୍ତି ବାତ୍ୟା ବିପନ୍ନ

mahabharatanews