ଓଡିଶା

ଓଲଟି ପଡିଲା ମାଛ ବୋଝେଇ ପିକ୍ଅପ୍ ଭ୍ୟାନ

(ମହାଭାରତ, ରାଉରକେଲା): ଭାରତ ବନ୍ଦ ବେଳେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ରାଉରକେଲା ବିଶ୍ରା ଛକରେ ରାସ୍ତା ଅବରୋଧ କରାଯାଇଥିବା ବେଳେ ସେଠାରେ ଏକ ଦୁର୍ଘଟଣା ଘଟିଥିଲା । ଏକ ମାଛ ବୋଝେଇ ପିକ୍ ଅପ୍ ଭ୍ୟାନ ସେଠାରେ ଓଲଟି ପଡିଥିଲା । ଏଥିରେ ଜିଅନ୍ତା ମାଛ ବୋଝେଇ ହୋଇଥିଲେ । ପିକ୍ ଅପ୍ ଭ୍ୟାନଟି ଓଲଟି ପଡିବା ପରେ ମାଛ ଗୁଡିକ ରାସ୍ତାରେ ବିଛେଇ ହୋଇ ପଡି ଛଟପଟ ହୋଇଥିଲେ । ମାଛ ଗୁଡିକ ବିଛେଇ ହୋଇ ପଡିବା ପରେ ରାସ୍ତାରେ ଯା’ଆସ କରୁଥିବା ଲୋକେ ସେଗୁଡିକୁ ନେଇ ଯିବାକୁ ଚେଷ୍ଟା କରୁଥିବା ବେଳେ ସେଠାରେ ଆନ୍ଦୋଳନ କରୁଥିବା ଲୋକେ ଓ ପୋଲିସ ସେମାନଙ୍କୁ ଏଥିରୁ ନିବୃତ୍ତ କରିଥିଲେ । ଏହି ଦୁର୍ଘଟଣାରେ ଗାଡିର ଡ୍ରାଇଭର ଓ ହେଲପର ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଓଲଟି ପଡିଥିବା ପିକ୍ଅପ୍ ଭ୍ୟାନଟି କ୍ରେନ ସାହାଯ୍ୟରେ ଉଠାଯାଇଛି ।

Related posts

ଖୁବ ଶୀଘ ଡ଼ିଜିପି ଭାବେ ଦାୟିତ୍ୱ ନେବେ ଏମ.ଅଭୟ

mahabharatanews

ରଥଯାତ୍ରା ବନ୍ଦ: ସୋନପୁର ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କ ପୂଜାର୍ଚ୍ଚନା

mahabharatanews

ପ୍ରବଳ ବର୍ଷା :  ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ,ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

mahabharatanews