ଓଡିଶା

ଖୋର୍ଦ୍ଧାରେ ପଞ୍ଚାୟତିରାଜ ଦିବସ ପାଳିତ

(ମହାଭାରତ,ଖୋର୍ଦ୍ଧା): ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ଖୋର୍ଦ୍ଧା ଷ୍ଟାଡ଼ିୟମ ଠାରେ ପାଳିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗବ୍ଦେବ ଯୋଗ ଦେଇଥିଲେ । ଗାଁକୁ କାମ ଓ ମାଆକୁ ସମ୍ମାନ ଓଡ଼ିଶାର ଉନ୍ନତି ଥିଲା ବିଜୁ ବାବୁଙ୍କର ସ୍ୱପ୍ନ । ବିଜୁବାବୁ ଓଡ଼ିଶାରେ ତ୍ରୀସ୍ତରୀୟ ପଂଚାୟତରାଜ ବ୍ୟବସ୍ଥା ଆରମ୍ଭ କରିଥିଲେ । ପଂଚାୟତରାଜ ବ୍ୟବସ୍ଥାକୁ ଅଧିକ କ୍ରୀୟାଶୀଳ କରିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ନିଜ ବକ୍ତବ୍ୟରେ ସେ କହିଥିଲେ । ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ପଂଚାୟତିରାଜ ଦିବସ ଅବସରରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବିଜୁ ବାବୁ ଓଡ଼ିଶାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଓଡ଼ିଶାର ଉନ୍ନତି ପାଇଁ ବିଜୁ ବାବୁ ଯେଉଁ ସ୍ୱପ୍ନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାକୁ ସାକାର କରୁଥିବା ସେ କହିଥିଲେ । ଦାରିଦ୍ର୍ୟ ଦୁରିକରଣ ସମାଜିକ ସୁରକ୍ଷା ଭିତିଭୂମିର ଉନ୍ନତି ଓ ବିଭିନ୍ନ ଜନ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଛି । ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ଯୋଗ ଦେଇ ବର୍ତମାନ ଖୋର୍ଦ୍ଧା ଜିଲ୍ଲାର ଦୁଇଟି ବ୍ଲକ୍ରେ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ୨୫୦ କୋଟି ଟଙ୍କା ମଞ୍ଜୁର କରାଯାଇଥିବା କହିଥିଲେ ।

Related posts

ଚୁଲିରୁ ନିଆଁ ଲାଗିି ଯୁବତୀ ଗୁରୁତର

mahabharatanews

କଡା ସୁରକ୍ଷା ବଳୟ ଭିତରେ ସମ୍ବଲପୁର 

mahabharatanews

ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି

mahabharatanews