ଓଡିଶା

ଏହି ୩ ଜିଲ୍ଲାକୁ ଗଡିବ ‘ଲକ୍ଷ୍ମୀ’ ବସ୍

(ଭୁବନେଶ୍ୱର) : ଗାଁ ରୁ ସହରକୁ ଆହୁରି ସୁଗମ ହେବ ଗମନାଗମନ ବ୍ୟବସ୍ଥା । ପଞ୍ଚାୟତରୁ ବ୍ଲକ ଯିବାକୁ ଆଉ ହେବନି ଅସୁବିଧା । ଏ ନେଇ ରାଜ୍ୟ ସରକାର ଆଉ ତିନି ଜିଲ୍ଲାରେ ଗଡ଼ିବ ‘ଲକ୍ଷ୍ମୀ’ ବସ୍ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ସେବା ଆଜି ଆଉ ତିନିଟି ଜିଲ୍ଲାକୁ ସଂପ୍ରସାରିତ ହେବ । ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନାନୁଯାୟୀ , ଗାଁ ରୁ ସହରକୁ କମ୍ ଭଡ଼ାରେ ବସ୍ ସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ମହତ୍ତ୍ଵାକାଂକ୍ଷୀ ଲକ୍ଷ୍ମୀ ବସ୍ ସେବା ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରଥମେ ଗତବର୍ଷ ମାଲକାନଗିରି ଜିଲ୍ଲାରେ ଗଡିଥିଲା ଲକ୍ଷ୍ମୀ ବସ୍ । ପରେ ଗଜପତି, କଳାହାଣ୍ଡି, ରାୟଗଡ଼ା ଓ ନବରଙ୍ଗପୁରରେ ଏହି ବସ୍ ସେବା ଆରମ୍ଭ ହୋଇଥିଲା । ସାରା ରାଜ୍ୟରେ ହଜାରେ ବସ ଚଳାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଯାହାକି ଓଡ଼ିଶାର ବିକାଶକୁ ଆହୁରି ଉଜ୍ବଳ କରିବ ରାଜ୍ୟ ସରକାର କହିଛନ୍ତି ।

Related posts

ଗତ ୨୪ ଘଣ୍ଟାରେ ରାଜ୍ୟର ୧୨୮ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା କାର୍ଯ୍ୟକ୍ଷମ କରିବା ପାଇଁ ଘଣ୍ଟ ବଜାଇ ବିକ୍ଷୋଭ

mahabharatanews

ରାଜ୍ୟରେ ସ୍କ୍ରବ୍ ଟାଇଫସ୍‌ ଭୟ; ଟେଷ୍ଟିଂ କିଟ ମହଜୁଦ ରଖିବାକୁ ନିର୍ଦେଶ

mahabharatanews