ଓଡିଶା

ଗଛରେ ପିଟି ହେଲା କାର, ୪ ମୃତ

(ମହାଭାରତ, ନୟାଗଡ): ନୟାଗଡ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ କରଡା ନିକଟରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ କାର ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ନୟାଗଡ ଜିଲ୍ଲା ନନ୍ଦିଘରର ଚିରଞ୍ଜିବୀ ସାହୁ, ମଧୁସ୍ମିତା ସାହୁ, ଆଦିତ୍ୟ ସାହୁ ଓ ଡ୍ରାଇଭର ସନ୍ତୋଷ ନାୟକ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଚିରଞ୍ଜିବୀଙ୍କ ଝିଅ ନୟାଗଡରେ ପଢନ୍ତି । ତାଙ୍କୁ ହଷ୍ଟେଲରେ ଛାଡିବା ପାଇଁ ଶୁକ୍ରବାର କାର ନେଇ ତାଙ୍କ ପରିବାର ଛାଡିବାକୁ ଆସିଥିଲେ । ଝିଅକୁ ହଷ୍ଟେଲରେ ଛାଡି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଚିରଞ୍ଜିବୀଙ୍କ ସ୍ତ୍ରୀ ମଧୁସ୍ମିତାଙ୍କୁ ଭୁବନେଶ୍ୱର ଅଣାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଡ୍ରାଇଭରର ଆଖି ଲାଗି ଯିବାରୁ ଏହି ଦୁର୍ଘଟଣା ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି । ଚିରଞ୍ଜିବୀ ଏକ ରାଇସ ମିଲର ମାଲିକ ଥିଲେ ବୋଲି ଜଣାପଡିଛି ।

Related posts

କାହା ନିର୍ଦ୍ଦେଶରେ ଗୁପ୍ତ ବୈଠକ ? ବିଜେଡି ବୈଠକରେ ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା

mahabharatanews

କୁଣ୍ଡାବାଇ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

mahabharatanews

ଲୋକସେବା ଭବନରେ ଜଣେ ସଂକ୍ରମିତଙ୍କ ଦ୍ୱାରା ୧୦ଆକ୍ରାନ୍ତ

mahabharatanews