Uncategorized

ବିଜ୍ଞାନ ସମଗୋତ୍ରୀ ବିବାହକୁ ସ୍ୱୀକୃତି ଦେଉନାହିଁ: ଖଟ୍ଟର

ପଞ୍ଚକୁଲା: ଖାପ ପଞ୍ଚାୟତକୁ ବଦନାମ କରିବାକୁ ବର୍ତ୍ତମାନ ଚେଷ୍ଟା କରାଯାଇଛି, କିନ୍ତୁ ବିଜ୍ଞାନିକମାନେ ଗବେଷଣା କରି କହୁଛନ୍ତି ସମାନ ଜାତି ବା ସମାନ ଗୋତ୍ରରେ ବିବାହ କରିବା କ୍ଷତିକାରକ ବୋଲି ହରିଆନାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ।

ପଞ୍ଚକୁଲାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜନତାଙ୍କୁ ସମ୍ବୋଧିତ କରିବା ଅବସରରେ ଖଟ୍ଟର କହିଛନ୍ତି, ପୁଅ ଓ ଝିଅ ଗୋଟିଏ ଗାଁର ଏକକତ୍ୱରେ ବନ୍ଧା ହେବାର ପରମ୍ପରା ହରିଆନାରେ ରହିଛି । କିଛି ଲୋକ ସମାନ ଗୋତ୍ରରେ ବିବାହକୁ ନେଇ ଖାପ ପଞ୍ଚାୟତକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ଏମିତିକି ବିଜ୍ଞାନ ମଧ୍ୟ ସମାଜ ଜାତି ବା ଗୋତ୍ରରେ ବିବାହକୁ ସମ୍ମତି ପ୍ରଦାନ କରୁ ନ ଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ, ୨୦୧୮ ମାର୍ଚ୍ଚ ମାସରେ ସୁପ୍ରିମ କୋର୍ଟ ରାୟ ଦେଇଥିଲେ କି, ଦୁଇଜଣ ସାବାଳକଙ୍କ ସହମତିରେ ବିବାହକୁ ଅଗ୍ରାହ୍ୟ କରିବା ଏକ ଅପରାଧ ହେବ । ଅନର କିଲିଂ ମାମଲା ଉପରେ କୋର୍ଟ ଖାପ ପଞ୍ଚାୟତ ବିପକ୍ଷରେ ଏକ ଶୁଣାଣି କରି ଏହି ରାୟ ପ୍ରଦାନ କରିଥିଲେ ।

Related posts

ହିମାଚଳ ପ୍ରଦେଶରେ ୫୦ ପ୍ରତିଶତ ବୁକିଂ ବାତିଲ

mahabharatanews

ଦି ମୁଣ୍ଡିଆ ସାପ ଦେଖିବାକୁ ଜନ ସମାଗମ

mahabharatanews

କୋଭିସିଲ୍ଡକୁ ପ୍ରଥମ ପର୍ଯ୍ୟାୟରେ ବ୍ୟାକ୍‌ଅପ୍‌ ଭାବେ ବ୍ୟବହାର ହେବ: ରଣଦୀପ ଗୁଲେରିଆ

mahabharatanews