(ଋଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଡୋର ଟୁ ଡୋର ସ୍ୱାସ୍ଥ୍ୟ ପରୀକ୍ଷା ଯୋଗୁଁ ବହୁ ପଜିଟିଭଙ୍କୁ ଚିହ୍ନଟ କରାଯାଇ ପାରିଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ଜିଲ୍ଲାପାଳ ଏ ନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଆଗାମୀ ଦିନରେ ସମାଜିକ ଦୂରତ୍ୱକୁ ଅଧିକ କଡାକଡି ପାଳନ କରାଯିବ । ଏହାକୁ କଡାକଡି ପାଳନ ପାଇଁ ସମସ୍ତ ବ୍ୟବସାୟୀଙ୍କ ନିମନ୍ତେ ପଞ୍ଚସୂତ୍ର ନିୟମ ବାଧ୍ୟତାମୂଳକ । ଏହାକୁ ଖିଲାପ କଲେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେହିପରି ଗ୍ରାମାଞ୍ଚଳରେ ବହୁ ବ୍ୟକ୍ତି ତାସ ଓ କ୍ରିକେଟ ଖେଳୁଥିବାରୁ ଏହାକୁ ବାରଣ କରାଯାଇଥିବା ବେଳେ ଯେଉଁମାନେ ଏହାର ଉଲ୍ଲଙ୍ଘନ କରିବେ ସେମାନଙ୍କୁ ଆଗାମୀ ୧୪ ଦିନ ହୋମକ୍ବାରେଣ୍ଟାଇନରେ ରଖାଯିବା ସହ ମାମଲା ରୁଜୁ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି ମହାମାରୀ ଠାରୁ ଦୂରେଇ ରହିବା ପାଇଁ ସରକାରଙ୍କ କୋଭିଡ ଗାଇଡ ଲାଇନ ମାନିବା ପାଇଁ ସେ ଲୋକଙ୍କୁ ନିବେଦନ କରିଛନ୍ତି ।
previous post
next post