ଅପରାଧ

ମହାବଳା କ୍ୱାରେଣ୍ଟାଇନ ସେଣ୍ଟରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

(ଜଳେଶ୍ୱର /ଅଜିତ ସାହୁ): କ୍ୱାରେଣ୍ଟଆଇନ ସେଣ୍ଟରରେ ମହିଳା ଅନ୍ତେବାସୀଙ୍କ ପ୍ରତି ଦୁଷ୍କର୍ମ ଉଦ୍ୟମ ନେଇ ହୋଇଛି ଅଭିଯୋଗ । ଏହାପରେ କ୍ୱାରେଣ୍ଟାଇନ ସେଣ୍ଟର ମହିଳାଙ୍କ ପାଇଁ କେତେ ସୁରକ୍ଷିତ ତାହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରି ନିନ୍ଦନୀୟ ଅଭିଯୋଗ ଆସିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅଧୀନ ବାଲିକୁଟୀ ପଞ୍ଚାୟତର ମହାବଳା କ୍ବାରେଣ୍ଟାଇନ ସେଣ୍ଟରରୁ । ସେଣ୍ଟରରେ ଜଣେ ବିବାହିତା ମହିଳାଙ୍କୁ, ସେଠାରେ କାର୍ଯ୍ୟରତ ଜଣେ ସଫେଇ କର୍ମଚାରୀ ଦୁଷ୍କର୍ମ ଉଦ୍ୟମ କରୁଥିବା ନେଇ ଅଭିଯୋଗ କରିଛନ୍ତି ମହିଳା ଜଣକ ।
ସୂଚନା ଅନୁଯାୟୀ ମହାବଳା ଗ୍ରାମର ଜନୈକ ମହିଳା ତାଙ୍କ ସ୍ୱାମୀ ଓ ଦିଅରଙ୍କ ସହିତ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । ତେବେ କରୋନା ସକ୍ରଂମଣ ଭୟରେ ଗତ ଚାରି ଦିନ ପୂର୍ବରୁ ମହିଳା ଜଣକ ଓଡିଶା ଆସି ମହାବଳା କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ଉକ୍ତ କ୍ବାରେଣ୍ଟାଇନ ସେଣ୍ଟରର ସଫେଇ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ଜଣେ ଯୁବକ ଉକ୍ତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ମହିଳା । ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି , ଅଭିଯୁକ୍ତ ଯୁବକକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

Related posts

ଲାଞ୍ଚ ନେଇ ଆଇଆଇସି ଗିରଫ

mahabharatanews

ଅଜଗରକୁ ନେଇ ଯାଉଥିବା ବେଳେ ପଡିଗଲେ ବନବିଭାଗଙ୍କ ହାବୁଡରେ

mahabharatanews

ଉନ୍ନାଓ ଘଟଣାକୁ ବିରୋଧ କରି ଝିଅକୁ ଜାଳିବାକୁ ମହିଳାଙ୍କ ଉଦ୍ୟମ

mahabharatanews