ଅପରାଧ

ଗଞ୍ଜେଇ ଚାଲାଣକାରୀ ପୁଲିସ କନେଷ୍ଟବଳ ଗିରଫ

ମାଲକାନଗିରି: ରାଜ୍ୟ ଗଞ୍ଜେଇର ବାହାରେ ଡିମାଣ୍ଡ ରହିଥିବା ବେଳେ ଏହି ଗଞ୍ଜେଇ ଚାଲାଣ ରୋକିବାକୁ ପୁଲିସ ଯେତିକି ପଦକ୍ଷେପ ନେଉଛି, ଚାଲାଣକାରୀ ଚାଲାଣର ଅଭିନବ ଉପାୟ ସବୁ ବାହାର କରୁଛନ୍ତି । ତେବେ ଏହି ଚାଲାଣ ପଛରେ କିଛି ଅସାଧୁ ପୁଲିସ କର୍ମଚାରୀ ମଧ୍ୟ ରହିଛନ୍ତି ବୋଲି ବିଭିନ୍ନ ସମୟରେ ଦାବି ହେଉଥିବା ବେଳେ ଏବେ ଜଣେ ପୁଲିସ କର୍ମଚାରୀ ଗଞ୍ଜେଇ ଚାଲାଣରେ ଗିରଫ ହୋଇଛନ୍ତି । ଗାଡିରେ ପଣସ ଓ କଖାରୁ ଯାଉଥିବା ବେଳେ ଏହାର ତଳେ ରହିଥିଲା ଗଞ୍ଜେଇ । ଏହି ଗଞ୍ଜେଇ ମାଲକାନଗିରିରୁ ଛତିଗଡ ଚାଲାଣ ହେଉଥିଲା । ଏହାକୁ ଚାଲାଣ କରୁଥିଲେ ପୁଲିସ କନେଷ୍ଟବଳ ।
ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଖବର ପାଇଥିଲା କି ଚିତ୍ରକୋଣ୍ଡା ଅଞ୍ଚଳରୁ ଏକ ଗାଡିରେ ଛତିଶଗଡକୁ ଗଞ୍ଜେଇ ଚାଲାଣ କରାଯାଉଛି । ଏହାପରେ ଅବକାରୀ ବିଭାଗର ୩ଟି ଟିମ ଗାଡିକୁ ବିଭିନ୍ନ ସ୍ଥାନରେ ଜଗି ବସିଥିଲେ । କୋରୁକୋଣ୍ଡା ନିକଟରେ ଗାଡିକୁ ଅବକାରୀ ବିଭାଗର ଟିକ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ଗାଡିରେ କଖାରୁ ଓ ପଣସ ତଳେ ୮ କୁଇଣ୍ଟାଲ ଗଞ୍ଜେଇ ମିଳିଥିଲା । ଏହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷରୁ ଅଧିକ ହେବ । ମାଲକାନଗିରି ପୁଲିସର କନେଷ୍ଟବଳ ସଞ୍ଜିବ ହିରା ଏହାକୁ ଚାଲାଣ କରିବା ସହ ନିଜେ ଗାଡି ଚଳାଉଥିଲେ । ଅବକାରୀ ଅଧିକାରୀ ସଞ୍ଜିବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

 

Related posts

ଚୋର ଡାଳେ ଡାଳେ ଗଲେ ପୋଲିସ ପତ୍ରେ ପତ୍ରେ ଯାଏ

mahabharatanews

ମହିଳାଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର ଘଟଣାରେ ଅଭିଯୁକ୍ତ ପ୍ରେମିକକୁ ଗିରଫ

mahabharatanews

ରାଜୀବ ଗାନ୍ଧୀ ହତ୍ୟା ମାମଲା : ହତ୍ୟାକାରୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଅଦାଲତ

mahabharatanews