ଅପରାଧ

ଗଞ୍ଜେଇ ବୋଝେଇ ପିକ୍ଅପ୍ ଭ୍ୟାନ ଜବତ, ୩ ଗିରଫ

(ମହାଭାରତ, ଲମତାପୁଟ): କୋରାପୁଟ ଜିଲ୍ଲାର ବଡସଗର ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ମାଛକୁଣ୍ଡ ଓ ଲମତାପୁଟ ପୋଲିସର ମିଳିତ ପାଟ୍ରୋଲିଂ ବେଳେ ଏହି ଅଞ୍ଚଳରୁ ଏକ ଗଞ୍ଜେଇ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖିଛି । ସୂଚନା ଅନୁଯାୟୀ, ଗତ ଗୁରୁବାର ରାତିରେ ବିଶ୍ୱସ୍ତ ସୂତରୁ ଖବର ପାଇ ପୋଲିସ ବଡସଗର ଅଞ୍ଚଳର ସବୁ ଗାଡିକୁ ଯାଞ୍ଚ କରିଥିଲା । ଏହି ସମୟରେ ଗୋଟିଏ ଭ୍ୟାନରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଗାଡି ଦେଖିବାକୁ ପାଇଥିଲା । ଏହି ଗାଡିରେ ପ୍ରାୟ ୪୦୦ କେଜି ଗଞ୍ଜେଇ ଯାଉଥିଲା ବୋଲି ସୂଚନା ମିଳିଛି । ଗଞ୍ଜେଇ ଭର୍ତ୍ତି ଗାଡିଟିକୁ ବାଟ କଡାଇ ନେଉଥିବା ଏକ ବୋଲେରୋକୁ ମଧ୍ୟ ପୋଲିସ ଜବତ କରିଛି । ଅଧିକ ତଥ୍ୟ ହାସଲ ପାଇଁ ଏହି ଘଟଣାର ତଦନ୍ତ ଜାରି ରହିଛି ବୋଲି ଲମତାପୁଟ ପୋଲିସ ସୂଚନା ଦେଇଛି ।

Related posts

ଆତ୍ମହତ୍ୟା ଉଦ୍ୟମ ବେଳେ ଛିଡିଗଲା ଓଢଣୀ, ଯୁବକ ମୃତ

mahabharatanews

ଆଝାରୁଦ୍ଦିନଙ୍କ ନାଁରେ ମାମଲା: ୨୧ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ

mahabharatanews

ହାଜତ ମୃତ୍ୟୁ ଘଟଣାକୁ ଏକ ସ୍ୱତନ୍ତ୍ର ଟିମ୍ ଅନୁଧ୍ୟାନ କରୁଛନ୍ତି: ଡିଜିପି

mahabharatanews