Uncategorizedଅପରାଧ

ଆଝାରୁଦ୍ଦିନଙ୍କ ନାଁରେ ମାମଲା: ୨୧ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ

(ମୁମ୍ବାଇ): ମ୍ୟାଚ୍ ଫିକ୍ସିଂ ଠାରୁ ଆରମ୍ଭ କରି ଅନେକ ଘଟଣାରେ ବିବାଦୀୟ ହୋଇ ପଡିଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଧିନ ଆଉ ଏକ ନୂଆ ବିବାଦରେ ଛନ୍ଦି ହୋଇ ପଡିଛନ୍ତି । ଏକ ଟ୍ରାଭେଲ ଏଜେନ୍ସି କମ୍ପାନୀର ୨୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ତାଙ୍କ ବିରୋଧରେ ମୁମ୍ବାଇ ପୋଲିସ ନିକଟରେ ଏକ ମାମଲା ଆଗତ ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମୁମ୍ବାଇର ଏକ ଟ୍ରାଭେଲ ଏଜେନ୍ସି କମ୍ପାନୀ ତାଙ୍କ ବିରୋଧରେ ଏହି ଠକେଇ ଅଭିଯୋଗ ଆଣିଛି । ଆଝାରୁଦ୍ଦିନ ତାଙ୍କ ସହ ଅନ୍ୟ ଦୁଇ ଜଣଙ୍କ ପାଇଁ ସମ୍ପୃକ୍ତ ଟ୍ରାଭେଲ ଏଜେନ୍ସି କମ୍ପାନୀରୁ ତିନିଟି ଆନ୍ତର୍ଜାତିକ ବିମାନ ଟିକେଟ କିଣିଥିଲେ । ଏହି ଟିକେଟ ବାବଦରେ ୨୧ ଲକ୍ଷ ଟଙ୍କା ସେ କମ୍ପାନୀକୁ ଫାଙ୍କିଥିଲେ । ଆଝାରୁଦ୍ଦିନଙ୍କ ବିମାନ ଟିକେଟ ବାବଦ ଦେୟ ଆଦାୟ କରିବାରେ ବିଫଳ ହେବା ପରେ ସମ୍ପୃକ୍ତ କମ୍ପାନୀ ଏବେ ତାଙ୍କ ନାଁରେ ଠକେଇ ଅଭିଯୋଗ କରିଛି । ଅନ୍ୟପକ୍ଷରେ, ଆଝାରୁଦ୍ଦିନ ଏହି ଅଭିଯୋଗକୁ ଭିତ୍ତିହୀନ, ଏଥିରେ ସତ୍ୟତା ନାହିଁ ବୋଲି କହିବା ସହ ସମ୍ପୃକ୍ତ ଟ୍ରାଭେଲ ଏଜେନ୍ସି କମ୍ପାନୀ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନୀ ମାମଲା ଆଗତ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।

Related posts

ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌଟାଲା କରୋନା ସଂକ୍ରମିତ

mahabharatanews

୨୦୨୧ରେ ବିଶ୍ୱରେ ଖାଦ୍ୟାଭାବ ଭୟଙ୍କର ହେବ

mahabharatanews

ବଜ୍ରକାପ୍ତା ଚାଲାଣ ବେଳେ ଧରାପଡିଲା ବ୍ୟବସାୟୀ

mahabharatanews

Leave a Comment