ମନୋରଞ୍ଜନ

ଗିରଫ ହେବେ ଡ୍ରାମା କୁଇନ !

(ମୁମ୍ବାଇ) : ଗିରଫ ହେବେ ଡ୍ରାମା କୁଇନ । ବଲିଉଡର ଡ୍ରାମା କୁଇନ କୁହାଯାଉଥିବା ରାକ୍ଷୀ ସାୱନ୍ତଙ୍କ ପୂର୍ବତନ ସ୍ବାମୀ ଆଦିଲ ଖାନ ଦୁର୍ରାନୀ କିଛିଦିନ ତଳେ ସ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।

ସୂଚନାନୁଯାୟୀ , ମୁମ୍ବାଇରେ ରାକ୍ଷୀ ଏହି ଘଟଣାକୁ ନେଇ ଗିରଫ ନହେବାପାଇଁ ଜାମିନ ଆବେଦନ କରିଥିଲେ। ଯାହାକୁ କୋର୍ଟ ଖାରଜ କରି ଦେଇଛନ୍ତି। ରାକ୍ଷୀଙ୍କ ଜାମିନକୁ ଖାରଜ କରି ସେସନ କୋର୍ଟର ବିଚାରପତି ଶ୍ରୀକାନ୍ତ ଭୋସଲେ କହିଛନ୍ତି, ‘ରାକ୍ଷୀ ତାଙ୍କ ପୂର୍ବତନ ସ୍ବାମୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସର୍ବସାଧାରଣ କରିବା ଠିକ ହେଲାନାହିଁ। ପୂର୍ବରୁ ବି ରାକ୍ଷୀଙ୍କ ବିରୋଧରେ ଏମିତି ଏକ ମାମଲା ପଡ଼ି ରହିଛି। ‌ତେଣୁ ତାଙ୍କ ଜାମିନ ଆବେଦନକୁ ଖାରଜ କରାଯାଇଛି।

Related posts

ବୁର୍ଜ ଖଲିଫାରେ ରିଲିଜ ହେବ ଚଳଚ୍ଚିତ୍ର ‘ଯବାନ’

mahabharatanews

ରିଲିଜ ହେଲା ଭାଇଜାନଙ୍କ ଫିଲ୍ମ ଟାଇଗର-୩ର ଟିଜର

mahabharatanews

ମା ହେଲେ ଅଭିନେତ୍ରୀ ଈଶିତା ଦତ୍ତା

mahabharatanews