ମନୋରଞ୍ଜନ

ମା ହେଲେ ଅଭିନେତ୍ରୀ ଈଶିତା ଦତ୍ତା

(ମୁମ୍ବାଇ) : ମା ହେଲେ  ଅଭିନେତ୍ରୀ ଈଶିତା ଦତ୍ତା। ବିବାହର ୬ବର୍ଷ ପରେ ବୁଧବାର ଈଶିତା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ପ୍ରସବ ବୁଧବାର ହୋଇଥିବା ବେଳେ ଶୁକ୍ରବାର ହସ୍ପିଟାଲରୁ ଈଶିତା ଘରକୁ ଆସିବେ ବୋଲି ଜଣାପଡ଼ିଛି। ଏହି ଖବର ସାମ୍ନାକୁ ଆସିବା ପରେ ଏବେ ଈଶିତା ଓ ତାଙ୍କ ସ୍ବାମୀ ତଥା ଅଭିନେତା ବତ୍ସଲ ସେଠଙ୍କ ପ୍ରଶଂସକ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଛନ୍ତି।

ସୂଚନାନୁଯାୟୀ , କିଛି ଦିନ ତଳେ ଫଟୋରେ ଈଶିତା ନିଜର ବେବି ବମ୍ପ ଦେଖାଇଥିବା ବେଳେ ସ୍ବାମୀଙ୍କ ସହ କରିଥିବା ଅନେକ ରିଲ୍ ଭାଇରାଲ ହୋଇଥିଲା। ତେବେ ବତ୍ସଲ ଓ ଈଶିତା ପ୍ରଥମେ ଟିଭି ସୋ’ ରିସ୍ତୋଁ କା ସୌଦାଗର-ବାଜିଗରର ସେଟରେ ଭେଟିଥିଲେ। ଏହି ଧାରାବାହିକ ପାଇଁ ସୁଟିଂ କରୁଥିବା ବେଳେ ଦୁହେଁ ପ୍ରଥମେ ଭଲ ବନ୍ଧୁ ହେଲେ ଏବଂ ପରେ ପରସ୍ପରକୁ ଭଲ ପାଇ ବସିଲେ। ଏହା ପରେ ୨୦୧୭ ମସିହାରେ ଅଭିନେତା ବତ୍ସଲ ସେଠକୁ ଲୁଚାଛପାରେ ବିବାହ କରିଥିଲେ ଈଶିତା।

Related posts

ତମାଖୁ ବିଜ୍ଞାପନ ନେଇ ମୁହଁ ଖୋଲିଲେ ଅକ୍ଷୟ କୁମାର

mahabharatanews

୧୬କେଜି ଓଜନ କମାଇଲେ ଏହି ଦିଲୀପ ଜୋସି

mahabharatanews

ଦୀପିକାଙ୍କ ସାଙ୍ଗରେ ରାମ୍ପରେ ଚାଲିଲେ ରଣବୀର ସିଂ; ଭିଡ଼ିଓ ହେଉଛି ଭାଇରଲ

mahabharatanews