ଓଡିଶା

ଗୁଆଳି ଗୋରଡା ନୋଡାଲ ସ୍କୁଲରେ ସମ୍ବର୍ଦ୍ଧନା ସଭା

(ମହାଭାରତ, ସତ୍ୟବାଦୀ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଗୁଆଳି ଗୋରଡା ସ୍ଥିତ ନୋଡାଲ ସ୍କୁଲରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ସଂସ୍କୃତ ଶିକ୍ଷକ ସୁରେଶ କୁମାର ମିଶ୍ର ଶନିବାର ଦିନ ଚାକିରିରୁ ଅବସର ନେଇଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି । ସ୍କୁଲ ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ଦାଶଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ସମନ୍ୱୟ ସମିତିର ସମ୍ପାଦକ ବିଶ୍ୱନାଥ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପାକ୍ତନ ପ୍ରଧାନଶିକ୍ଷକ ରବେଶ ଚନ୍ଦ୍ର ଜେନା ମୁଖ୍ୟବକ୍ତା ଭାବେ ସାମିଲ ହୋଇଥିଲେ । ପ୍ରାକ୍ତନ ଶିକ୍ଷକ ବିମଳ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମହାନ୍ତି, କପିଳେଶ୍ୱର ସାହୁ, ଶରତ କୁମାର ସାମନ୍ତରାୟ, ସୋମନାଥ ଦାଶ, ବ୍ରଜକିଶୋର ପାଇକରାୟ ପ୍ରମୁଖ ଅନତମ ଅତିଥି ଭାବେ ଯୋଗ ଦେଇ ଅବସର ଗ୍ରହଣ କରୁଥିବା ସଂସ୍କୃତ ଶିକ୍ଷକ ସୁରେଶ ମିଶ୍ରଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସ୍କୁଲ ଶିକ୍ଷକ ଓ ଛାତ୍ରଛାତ୍ରୀମନେ ସଂସ୍କତ ଶିକ୍ଷକଙ୍କୁ ଫୁଲମାଳ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ସ୍କୁଲ ଶିକ୍ଷୟିତ୍ରୀ ପ୍ରଜ୍ଞା ପାରମିତା ସାହୁ ସଭାକାର୍ଯ୍ୟର ସଂଯୋଜନା କରିଥିଲେ ।

Related posts

ହଷ୍ଟେଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews

ଅସହାୟ ବ୍ୟକ୍ତିଙ୍କୁ ଉଦ୍ଧାର, ନୀଳାଦ୍ରୀ ନୀଳୟରେ ଥଇଥାନ

mahabharatanews

ରାଜ୍ୟରେ ଆଜିଠୁ ପ୍ରବଳ ବର୍ଷା ହୋଇପାରେ

mahabharatanews