ଓଡିଶାପାଣିପାଗ

ରାଜ୍ୟରେ ଆଜିଠୁ ପ୍ରବଳ ବର୍ଷା ହୋଇପାରେ

ଭୁବନେଶ୍ୱର;-ରାଜ୍ୟରେ ଆଜିଠୁ ପ୍ରବଳ ବର୍ଷା ହୋଇପାରେ । କାରଣ କାଲି ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ରାୟଗଡାରେ ,କେନ୍ଦୁଝର ରେ ପ୍ରବଳ ବର୍ଷା ହେବାର ସମ୍ଭାବନା । ଆଭ୍ୟନ୍ତରୀଣ ଓଡିଶା ଓ ଦକ୍ଷିଣ ଓଡିଶାରେ ବି ଘଡଘଡି ସହ ବର୍ଷା ହୋଇପାରେ । ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଭଦ୍ରକ ସମେତ ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ବର୍ଷା ହୋଇପାରେ ।ସେପଟେ ୯ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଆକଳନ କରାଯାଇଛି । ଅନ୍ୟପକ୍ଷରେ କାଲି ମୟୂରଭଞ୍ଜ ,କେନ୍ଦୁଝର, ଗଜପତି, ସୁନ୍ଦରଗଡ, ରାୟଗଡା, କୋରାପୁଟ ଓ ଗଞ୍ଜାମରେ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Related posts

କେନ୍ଦୁଝର ପୋଲିସର ଦକ୍ଷତା ବୃଦ୍ଧି କରିବେ ନୂତନ ଗୃହରକ୍ଷୀ ବାହିନୀର କ୍ୟାଡେଟ୍

mahabharatanews

ଘରୋଇ ଶିକ୍ଷାନୁଷ୍ଠାନ ସିଲ କଲା ବିଏମସି

mahabharatanews

ଆଖି ବୁଜିଲେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସ

mahabharatanews