ଓଡିଶା

ଗୁଣିଗାରେଡି ସନ୍ଦେହରୁ ୨ ପରିବାର ବାସହରା

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି):ଆଜି ବି ଲୋକେ ଗୁଣି ଗାରଡି ମାଧ୍ୟମରେ କବଳିତ।ଯଦ୍ବାରା ଏହାର ପ୍ରଭାବରେ ଦୁଇଟି ପରିବାରକୁ ଆଜି ବାସହରା ହେବାକୁ ପଡିଛି।ଆଜି ବି ଲୋକେମାନେ ଅନ୍ଧ ବିଶ୍ୱାସର ଶିକାର।ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଗାଜଲମାମୁଡ଼ି ପଂଚୟତର ତୋଟାଗୁଡା ଗ୍ରାମରେ।ଏହି ତୋଟାଗୁଡା ଗ୍ରାମରେ ମୋଟ ୩୩ ଘର ପରିବାର ରହୁଛନ୍ତି।କିନ୍ତୁ ୩୧ଟି ପରିବାର ଲୋକମାନେ ବାସୁ ଖିଲ ଓ ସୂତି ଖିଲ ଏହି ଦୁଇ ଭାଇର ପରିବାର ଲୋକଙ୍କୁ ବିରୋଧ କରି ଆସୁଛନ୍ତି ଗ୍ରାମବାସୀ।ଦୁଇ ଭାଇଙ୍କ କହିବା ଅନୁଯାୟୀ ଏହି ଦୁଇ ଭାଇ ଗୁଣି ଗାରେଡି ଜାଣିଛନ୍ତି।ଏମାନେ ଗାଁରେ ଅଘଟଣ ଘଟାଉଛନ୍ତି।ଯାହାବି ତୋଟାଗୁଡା ଓ ଆଖପାଖ ଅଞ୍ଚଳରେ କ୍ଷୟକ୍ଷତି ହେଉଛି ସେଥିପାଇଁ ବାସୁ ଓ ସୁତି ଖିଲ ଦାୟୀ।ବହୁ ପୂର୍ବରୁ ଗ୍ରାମବାସୀ ଅନ୍ଧ ବିଶ୍ୱାସରେ ଶିକାର ହୋଇ ନାନା ନିର୍ୟ୍ୟାତନା ଦେଉଥିଲେ।କିନ୍ତୁ ଚାରିଦିନ ତଳେ ଗ୍ରାମରେ କାଙ୍ଗାରୁକୌର୍ଟ ବସାଇ ଏହି ଦୁଇ ପରିବାର ୨୦ସଦସ୍ୟ ମାନଙ୍କୁ ଗ୍ରାମ ଛାଡିବାକୁ ଆଦେଶ ଦିଆଯାଇଥିଲା। ସେହି ତୋଟାଗୁଡା କାଙ୍ଗାରୁକୌର୍ଟରେ ଗ୍ରାମ ନଛାଡିଲେ ସେମାନଙ୍କୁ ମୂର୍ତ୍ୟୁ ଦଣ୍ଡ ଦିଆଯିବ। ରାତି ପାହିବା ମାତ୍ରେ ଗ୍ରାମ,ଘରଦ୍ୱାର,ଜମିପଟା,ଗାଇଗୋରୁ,ଛେଳିମେଣ୍ଡା ଛାଡିବା ସହ କିଛି ବି ଜିନିଷପତ୍ର ନ ନେବାକୁ କଡା ଚେତାବନୀ ଦେଇଥିଲେ।ତୋଟାଗୁଡା ଗ୍ରାମବାସୀ ଆକ୍ରୋଶ ଦେଖି ଏହି ଦୁଇ ପରିବାର ଗ୍ରାମବାସୀଙ୍କୁ ବୁଜାଶୁଜା କରାଇବା ଆରମ୍ଭ କରିଥିଲେ।କିନ୍ତୁ ଗ୍ରାମବାସୀ ଏକା ଜିଦ ଧରି ଥିଲେ ଗ୍ରାମ ଛାଡ଼ ନଚେତ ଆମେ ତମ ପରିବାରର ସମସ୍ତ ସଦସ୍ୟଙ୍କୁ ଜୀବନରେ ମାରିଦେବୁ ।ଫଳରେ ଦୁଇ ପରିବାର ଭୟଭୀତ ହୋଇ ଏକ ଡଙ୍ଗା ସାହାଯ୍ୟରେ ଗ୍ରାମ ଛାଡିଛନ୍ତି। ଓ ଚିତ୍ରକୋଣ୍ଡା ଆସି ପହଞ୍ଚିଛନ୍ତି।ଏପଟେ ବିନା ଦୋଷରେ ଦୋଷୀ ହୋଇ ଘରଦ୍ୱାର ଛାଡିବାର ଆମାପି କଷ୍ଟ ଥିବାବେଳେ ସେପଟେ ଦାଉ ସାଧୁଛି କରୋନା କଟକଣା।ନାଆ ଅଛି ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟ ନା ଅଛି ୨୦ ସଦସ୍ୟ ମାନଙ୍କ ପେଟକୁ ଦାନା।ଦୁଇ ପରିବାର କହିବା ଅନୁସାରେ ସରକାର କିମ୍ଭା ପ୍ରଶାସନ ତରଫରୁ ରହିବା,ଖାଇବାର ବ୍ୟବସ୍ଥା ଓ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି।

Related posts

ଲକଡାଉନରେ ଡ୍ରାଇଭରଙ୍କ ଅବସ୍ଥା ଶୋଚନୟ ସରକାର ଆର୍ଥିକ ସାହାଯ୍ୟ ଦେବାକୁ ଦାବୀ

mahabharatanews

ରାଜ୍ୟରେ ଜାରି ରହିଛି ଶୀତ ପ୍ରବାହ ; ୨୧ରୁ ବର୍ଷା!

mahabharatanews

 ରାଜ୍ୟରେ କାଳବୈଶାଖୀ ନେଇ ସତର୍କତା ଜାରି

mahabharatanews