ଓଡିଶା

 ରାଜ୍ୟରେ କାଳବୈଶାଖୀ ନେଇ ସତର୍କତା ଜାରି

(ଭୁବନେଶ୍ୱର) : ଦୁଇ ଦିନ ରାଜ୍ୟରେ କାଳବୈଶାଖୀ ନେଇ ସତର୍କ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଜୁଳି ଘଡ଼ଘଡ଼ି ସହ ବର୍ଷାନାକେଦମ୍ କରିବ କାଳବୈଶାଖୀ । କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ଓ ବଜ୍ରପାତ ହେବାର ଆଶଙ୍କା ରହିଛି । କିଛି ଜିଲ୍ଲାରେ ୩୦ରୁ ୫୫ କିଲୋମିଟର ପର୍ଯ୍ୟନ୍ତ ପବନ ବହିପାରେ । ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ସୂଚନାନୁଯାୟୀ , ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି । ୨୦ ତାରିଖ ଅର୍ଥାତ୍ ଆସନ୍ତାକାଲି ୪ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । କିଛି ସ୍ଥାନରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି । ସେପଟେ ଗ୍ରୀଷ୍ମ ପ୍ରବାହ ନେଇ ଜିଲ୍ଲାପାଳମାନଙ୍କୁ ସତର୍କ କଲେ ସ୍ୱତନ୍ତ୍ର ରିଲିଫ କମିଶନ ।ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଚିଠି କରିଛନ୍ତି SRC ।

Related posts

ଓଡିଶାକୁ ବୁଡାଇଲା ପୋଲାଭରମ ପ୍ରକଳ୍ପ:ଡ୍ୟାମର ପଛୁଆ ଜଳ ଯୋଗୁଁ ବୁଡ଼ିଲା ମୋଟୁର ମୁଗି ପଏଣ୍ଟ

mahabharatanews

ଗଣିଆରେ ଲଙ୍କାପୋଡ଼ି ଯାତ୍ରା ଓ ପଲ୍ଲିଶ୍ରୀ ମେଳା ଉଦଯାପିତ: ‘ନବଗୁଞ୍ଜର’ ପୁସ୍ତକ ଉନ୍ମୋଚିତ

mahabharatanews

ସୀମାନ୍ତ ଚେକିଂ ପଏଣ୍ଟରେ ଆରଟିଓମାନେ ଚେକିଙ୍ଗ କରିବେ: ପରିବହନ ମନ୍ତ୍ରୀ

mahabharatanews