ଓଡିଶା

ଲକଡାଉନରେ ଡ୍ରାଇଭରଙ୍କ ଅବସ୍ଥା ଶୋଚନୟ ସରକାର ଆର୍ଥିକ ସାହାଯ୍ୟ ଦେବାକୁ ଦାବୀ

(କନ୍ଧମାଳ, ପଦ୍ମନାଭ ପାଣୀଗ୍ରାହୀ): ୨୧ଦିନର ଲକଡାଉନରେ ସାରା ଭାରତ ବର୍ଷରେ ହାହା କାର ହୋଉଥିବା ବେଳେ ।କନ୍ଧମାଳ ଜିଲ୍ଲାର ଡ୍ରାଇଭର ମାନଙ୍କ ଅବସ୍ଥା ଶୋଚନିୟ ।ଦୀଲ୍ଲି ସରକାର ପ୍ରତ୍ୟକ ଡ୍ରାଇଭର ମାନଙ୍କୁ ପାଞ୍ଚ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି କିନ୍ତୁୁ ଓଡିଶା ସରକାର ପ୍ରାଇଭେଟ ଡ୍ରାଇଭର ମାନେ ଚଳିବା ପାଇଁ କୈଣସି ଆର୍ଥିକ ସହାୟତା ଘୋଷଣା ନ କରିବାରୁ ଡ୍ରାଇଭର ସଂଘ ଏହାକୁ ନିନ୍ଦା କରିଛି । ବତ୍ତମାନ ଡ୍ରାଇଭର ମାନଙ୍କ ପିଲା,ଛୁଆ ଭୋକ ଉପାସରେ ଦିନ କାଟୁଥିବା ପ୍ରକାଶ କରିଛନ୍ତି କିଛି ଡ୍ରାଇଭର ।ତେଣୁ ସରକାର ସେମାନଙ୍କୁ ଶିଘ୍ର ଆର୍ଥିକ ସାହାଯ୍ୟ କରିବାକୁ ସରକାରଙ୍କ ପାଖରେ ନିବେଦନ କରିଛନ୍ତୀ କନ୍ଧମାଳ ଜିଲ୍ଲାର ମୋଟର ଚାଳକ ସଂଘର ବାଲିଗୁଡା ଶାଖା ସଭାପତି ଅଭିରାମ ଦିଗାଳ,ଉପସଭାପତି ଇସ୍ରାଏଲ ଖାନ,କନ୍ଧମାଳ ଜିଲ୍ଲା ଉପଦେଷ୍ଟା ଫିଲିମେନ ଦିଗାଳ,ଦଣ୍ଡପାଣି ବିଷୋୟୀ, ଟୁନା ଦଳ ବେହେରା ଓ ରାଜୁଖାନ ସରକାର,ପ୍ରଶାସନ ନିକଟରେ ଗୁହାରି କରିଥିବା ଜଣା ପଡିଛି ।

Related posts

ପୁଅ ମୃତ୍ୟୁ ର ୩ଦିନରେ ବାପାର ମୃତ୍ୟୁ…

mahabharatanews

୨୧ରେ ଉପବାଚସ୍ପତି ନିର୍ବାଚନ

mahabharatanews

ଆସୁଛି ବର୍ଷା

mahabharatanews