(ମାଲକାନଗିରି/ସୂର୍ୟ୍ୟକାନ୍ତ ବେହେରା) : ରାଜ୍ୟରେ ପୁଣି ଏକ ଗୁଣିଗାରେଡ଼ି ଜନିତ ହତ୍ୟାକାଣ୍ଡ ଘଟିଛି । ଗୁଣି ଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମକାନପଲ୍ଲୀ ଗାଁରେ । ମୃତକ ମାନେ ହେଲେ ଦେବା ଓଗେଲ ଓ ଦୁଲେ ଓଗେଲ । ଗୁଣିଗାରେଡି ସନ୍ଦେହରେ ସ୍ୱାମୀକୁ ପୋଡ଼ି ଦେଇଥିବା ବେଳେ ସ୍ତ୍ରୀକୁ ମାଡ଼ ମାରି ନଦୀ ପାଖରେ ଫିଙ୍ଗି ଦେଇଥିଲେ ଗ୍ରାମବାସୀ । ମୋଟୁ ପୋଲିସ ଘଟଣାର ତଦନ୍ତ କରୁଛି । ସ୍ୱାମୀଙ୍କ ମୃତଦେହ ମିଳିନଥିବା ଜଣାପଡ଼ିଛି ।
ସୂଚନାନୂଯାଇ ଗତ ୨୮ ତାରିଖ ଦିନ ସ୍ୱାମୀ ସ୍ତ୍ରୀ କେନ୍ଦୁ ପତ୍ର ଗୋଟାଇବାକୁ ଯାଇ ଆଉ ଫେରି ନଥିଲେ । ବିଳମ୍ବିତ ରାତି ଯାଏଁ ସେମାନେ ଘରକୁ ନ ଫେରିବାରୁ ତାଙ୍କ ଝିଅ ମୋନାଲିସା ସମ୍ପର୍କୀୟଙ୍କ ସହ ମିଶି ଖୋଜାଖୋଜି କରିଥିଲା । ତେବେ ବାପା ମା’ଙ୍କୁ ନପାଇବା ପରେ ସେ ଗତ ୩୧ ତାରିଖ ଦିନ ମୋଟୁ ଥାନାରେ ଏତଲା ଦେଇଥିଲେ । ପୋଲିସ୍ ଖୋଜାଖୋଜି କରି ସ୍ତ୍ରୀ ଦୁଲେ ଓଗେଲଙ୍କ ମୃତଦେହ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ କିଏ ଏହି କାଣ୍ଡ ଘଟାଇଛି, ଗ୍ରାମବାସୀ ନା ଅନ୍ୟ କେହି ତାର ତଦନ୍ତ କରୁଛି ପୋଲିସ୍ ।
