Uncategorized

ଗୃହବନ୍ଦୀ ୪ ଏନସି ନେତା ମୁକ୍ତ

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ପରେ ବନ୍ଦୀ ଥିବା ନାସନାଲ କନଫେରେନ୍ସ (ଏନସି) ନେତାଙ୍କ ମଧ୍ୟରୁ ୩ ଜଣଙ୍କୁ ଆଜି ମୁକ୍ତ କରାଯାଇଛି । ସେହି ନେତାମାନେ ହେଲେ ଅବଦୁଲ ମାଜି୍ ଲାର୍ମି, ଗୁଲାମ ନବୀ ଭଟ ଓ ଡ ମହମ୍ମଦ ସାଫି ଓ ମହମ୍ମଦ ୟୁସୁଫ ଭଟ । ଅଗଷ୍ଟ ୫ ତାରିଖରୁ ଏମାନେଙ୍‌କୁ ଶ୍ରୀନଗରସ୍ଥିତ ବିଧାୟକ ହଷ୍ଟେଲରେ ବନ୍ଦୀ ରଖାଯାଇଥିଲା ।

ଜାନୁଆରୀ ୧୬ ତାରିଖରେ ଜାମ୍ମୁ କାଶ୍ମୀର ମଧ୍ୟ କିଛି ବନ୍ଦୀ ନେତାଙ୍କୁ ଛଡା ଯାଇଥିଲା । ସେହିପରି ୧୦ ଜାନୁଆରୀରେ ପବ୍‌ଲିକ ସେଫଟି ଆକ୍‌ଟରେ ଗିରଫ ହୋଇଥିବା ୨୬ ଜଣଙ୍କୁ ମଧ୍ୟ ସରକାର ଛାଡି ଦେଇଥିଲେ । ଗତ ବର୍ଷ ଡିସେମ୍ବର ମାସରେ କିଛି ଜାମ୍ମୁ କାଶ୍ମୀର ନେତା, ଯେଉଁମାନେ ବନ୍ଦୀ ଥିଲେ ସେମାନଙ୍କୁ ଛଡା ଯାଇଥିଲା ।

ସୂଚନାଯୋଗ୍ୟ, ଅଗଷ୍ଟ ୫ ତାରିଖରେ ଜାମ୍ମୁରୁ ଧାର।। ୩୭୦ ଉଚ୍ଛେଦ ପରେ ସେଠାର ବହୁ ମୁଖ୍ୟ ନେତାଙ୍କୁ କେନ୍ଦ୍ର ବନ୍ଦୀ କରିଥିଲା । ସେମାନଙ୍କ ମଧ୍ୟରେ ନାସନାଲ କନ୍‌ଫେରେନ୍ସର ମଖ୍ୟ ଫାରୁଖ ଅବଦୁଲ୍ଲା, ତାଙ୍କ ପୁଆ ଓମାର ଅବଦୁଲ୍ଲା, ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ସଭାନେତ୍ରୀ ମେହବୁବା ମୁଫ୍‌ତି ମଧ୍ୟ ଥିଲେ ।

Related posts

ଜାମ୍ମୁ କାଶ୍ମୀରରେ ୨୫ ହଜାର କୋଟି ଟଙ୍କାର ଜମି ଦୁର୍ନୀତି

mahabharatanews

କେରୋନା ଆତଙ୍କ: ଇଟାଲୀରେ ୨୪ ଘଣ୍ଟାରେ ୨୫୦ ମୃତ

mahabharatanews

ମାଟି ତଳେ ପୋତିଥିଲେ ପୁଳା ପୁଳା ଟଙ୍କା ଓ ସୁନା ; ମୃତ୍ୟୁ ପରେ ଜାଣିଲେ ସମ୍ପର୍କୀୟ

mahabharatanews