ଓଡିଶା

ଗୋଚର ଜମିରୁ ଲକ୍ଷାଧିକ ଟଙ୍କାର କାଠ ଚୋରା ଚାଲାଣ

ମହାଭାରତ, ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ତହସିଲ ଅଧୀନରେ ଥିବା ଜିଗ୍ନୀପୁର ଠାରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ମୂଲ୍ୟର ଜୀବନ୍ତ ଗଛ ହାଣି ଚାଲାଣ କରିଥିବାର ଅଭିଯୋଗ ହୋଇଛି । ସରକାର ପରିବେଶର ସୁରକ୍ଷା ନିମନ୍ତେ ଚାରାରୋପଣ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଏପରି ସ୍ଥଳେ ଜିଗ୍ନୀପୁର ଠାରେ ଥିବା ଏକ ଗୋଚର ଓ ଶ୍ମଶାନ ଜମିରୁ ଦୁର୍ବୃତ୍ତମାନେ ବହୁ ମୂଲ୍ୟବାନ ଗଛ କାଟି ନେଇ ଚାଲାଣ କରିଥିବାର ସାଧାରଣରେ ଅଭିଯୋଗ ହୋଇଛି । ପ୍ରାୟ ୨୦/୩୦ଟି ମୂଲ୍ୟବାନ ଜୀବନ୍ତ ଗଛ କାଟି ନିଆଯାଇଥିବାର ଅଭିଯୋଗ ହୋଇଛି । ଏହି ଗଛର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ହେବ ବୋଲି ସାଧାରଣରେ କୁହାଯାଉଛି । ତେବେ ଏ ସମ୍ପର୍କରେ ସ୍ଥାନୀୟ ଲୋକେ ତହସିଲଦାର ଓ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାର ଅଭିଯୋଗ ହୋଇଛି । ପ୍ରଶାସନ ତରଫରୁ ଏହାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସାଧାରଣରେ ଦାବି ହୋଇଛି ।

Related posts

ଜୀ ସାର୍ଥକର ମେଗା ଧାରାବାହିକ “ମଧୁର ସଂସାର”ରେ ହେବାକୁ ଯାଉଛି ମଧୁ ଓ ମାନସଙ୍କର ବାହାଘର

mahabharatanews

ବାଲୁକାକଳାରେ ହାଣ୍ଡିଶାଳର ପିଆଜ ସ୍ଥିତିକୁ ଦର୍ଶାଇଲେ ସୁଦର୍ଶନ

mahabharatanews

ତାତିରେ ଛଟପଟ ହୋଉଛି ଓଡିଶା,୮ଜିଲ୍ଲାକୁ ହିଟଓ୍ବେଭ ୱାର୍ଣ୍ଣିଂ

mahabharatanews