ଓଡିଶା

କୁକୁଡ଼ା ଫାର୍ମ ପାଇଁ ଲୋକେ ହଟହଟା

ମହାଭାରତ, ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଓଥକା ଗ୍ରାମରେ ଏକ କୁକୁଡ଼ା ଫାର୍ମ ପ୍ରତିଷ୍ଠା କରାଯାଇଥିବା ହେତୁ ଲୋକେ ନାହିଁ ନଥିବା ହଟହଟାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହୋଇଛି । ଓଥକା ଗ୍ରାମରେ ଜନୈକ ବ୍ୟକ୍ତି ଏକ କୁକୁଡ଼ା ଫାର୍ମ ପ୍ରତିଷ୍ଠା କରିଛନ୍ତି । ଗ୍ରାମ ମଧ୍ୟରେ ଏହି କୁକୁଡ଼ା ଫାର୍ମ ପ୍ରତିଷ୍ଠା ଦ୍ୱାରା ଗାଁର ପରିବେଶ ଦୂଷିତ ହେଉଥିବାର ଅଭିଯୋଗ ହୋଇଛି । ଏପରିକି ଗାଁରେ ମଶା, ମାଛିଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା ବେଳେ ପଚାଗନ୍ଧରେ ଲୋକେ ଖାଇପିଇ ପାରୁନଥିବାର ଅଭିଯୋଗ ହୋଇଛି । ପରିବେଶ ଦୂଷିତ ହେଉଥିବାରୁ ଲୋକେ ନାନା ପ୍ରକାର ସଂକ୍ରାମକ ରୋଗରେ ଆକ୍ରାନ୍ତ ହେଉଥିବାର ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଲୋକେ କଟକ ଜିଲ୍ଲାପାଳ, ଉପଜିଲ୍ଲାପାଳ, ନିଶ୍ଚିନ୍ତକୋଇଲି ତହସିଲଦାର, ବିଡ଼ିଓ , ପ୍ରାଣୀଚିକିତ୍ସା ଅଧିକାରୀ ଓ ଥାନା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Related posts

ଆୟବା: ଭୁଲ ପଞ୍ଜିକରଣ ଯୋଗୁଁ ୪୧ଚାଷୀ ଧାନ ବୀକ୍ରୟରୁ ବଂଚିତ

mahabharatanews

ଦୁଇଟି ସ୍କୁଲରେ ୩୪ ପିଲା କୋରୋନାରେ ଆକ୍ରାନ୍ତ

mahabharatanews

ଏନଆଇଏନଏଲକୁ ଅଧିଗ୍ରହଣ କଲା ଟାଟା

mahabharatanews