ଅପରାଧଓଡିଶା

ଗୋଚାଲାଣକାରୀଙ୍କ ଗୁଳି ମାଡ଼ରେ ଦୁଇଜଣ ଗୋସେବକଗୁରୁତର ଆହତ

ଯଶିପୁର: ଗୋସେବକଙ୍କ ଉପରକୁ ଗୁଳିମାଡ଼ । ଆଜି ଭୋର୍ ୩ଟାରୁ ୪ଟା ମଧ୍ୟରେ ଯଶିପୁର ଟୋଲଗେଟ୍ ନିକଟରେ ଘଟିଛି ଏଭଳି କାଣ୍ଡ । ଗୋଚାଲାଣକାରୀଙ୍କ ଗୁଳି ମାଡ଼ରେ ଦୁଇଜଣ ଗୋସେବକଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୋଚାଲାଣ ଲାଗି ଗୋରୁ ଗାଡ଼ିକୁ ନେଇ ଯାଉଥିବା ବେଳେ ଗୋସେବକମାନେ ଅଟକାଇଥିଲେ ଯାହାଫଳରେ ଗୋଚାଲାଣକାରୀ ଗୁଳି ଚଳାଇଥିଲେ।ଗୋ ସୁରକ୍ଷାକାରୀ କଟକର ବଜରଙ୍ଗ ଦଳ ଓ ଦେବ ସେନା ସଦସ୍ୟ ବୋଲି ସୂଚନା ରହିଛି ।

ସୂଚନା ଅନୁଯାୟୀ, ବାରିପଦା ଜଶିପୁର ନିକଟ ବେଗୁନିଆ ଟୋଲ ଗେଟ ପାଖରେ ଗୋରୁ ଚାଲାଣ ଗାଡ଼ିର ସୁରକ୍ଷା ଦେଉଥିବା ଏସକର୍ଟ ପାର୍ଟି ସହିତ ମୁହାମୁହିଁ ହୋଇଥିଲେ ଦେବସେନା ବୋଲି କୁହାଯାଉଥିବା ବେଆଇନ୍ ଗୋ ଚାଲାଣ ବିରୋଧୀ ସଂଗଠନର କର୍ମୀ। ସେମାନେ ଗାଡ଼ିକୁ ଅଟକାଇବାରୁ ଗୋଚାଲାଣକାରୀ ଗୁଳି ଚଳାଇଥିଲେ। ଆହତ ହୋଇ ଥିବା ଦୁଇ ସୁରକ୍ଷା କର୍ମୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁଳିମାଡ଼ ହୋଇଥିବା ୨ ବ୍ୟକ୍ତି ହେଲେ ଶଶିକାନ୍ତ ବେହେରା, ଦୀପକ କୁମାର ସାହୁ । ଶଶିକାନ୍ତ ୨ ଜଙ୍ଘ ଓ ଆଣ୍ଠୁକୁ ମିଶାଇ ୫ ରାଉଣ୍ଡ ଗୁଳି ବାଜିଥିବା ବେଳେ ଦୀପକ ସାହୁ ନାମକ ବ୍ୟକ୍ତିଙ୍କ କେବଳ ହାତରେ ଗୋଟିଏ ଗୁଳି ବାଜିଛି । ଗୋଟିଏ ଗୋରୁ ଗାଡ଼ି ଘଟଣା ସ୍ଥଳରେ ଅଟକି ରହିଛି। ଆଖପାଖର ଶତାଧିକ ଗ୍ରାମବାସୀ ପହଞ୍ଚିବାରୁ ଗୋଚାଲାଣକାରୀମାନେ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି।

Related posts

ରାଜ୍ୟରେ ଆଜି ୬ ଜଣଙ୍କ କରୋନାରେ ମୃତ୍ୟୁ

mahabharatanews

ରାଜ୍ୟରେ ଆଉ ୧୩ ଜଣଙ୍କ କରୋନାରେ ମୃତ୍ୟୁ

mahabharatanews

ବାହାରିଲେ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗ

mahabharatanews