ଓଡିଶା

ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଦୋକାନ

(ମହାଭାରତ, ଜଗତସିଂହପୁର): ଜଗତସିଂପୁର ସଦର ଥାନା ଅନ୍ତର୍ଗତ ଢିଆସାହି ବଜାରରେ ଅଗ୍ନିକାଣ୍ଡ ଘଟି ଏକ ଜଳଖିଆ ଦୋକାନ ପୋଡି ପାଉଁଶ ହୋଇଛି । ତେବେ ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିଥିବା କୁହାଯାଉଛି । ଦୋକାନଟି ବାବନ ସାହୁଙ୍କର ବୋଲି ଜଣାପଡିଛି । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ରବିବାର ସକାଳେ ଦୋକାନ ଘରୁ ନିଆଁ ଏହାର ପାଖାପାଖି ଦୋକାନଗୁଡିକୁ ବ୍ୟାପିଥିଲା । ଚାହୁଁ ଚାହୁଁ ପାଖରେ ଥିବା ସେଲୁନ ଓ ଷ୍ଟେସନାରୀ ଦୋକାନକୁ ନିଆଁ ବ୍ୟାପିଥିଲା । ତେବେ ଏହି ଦୋକାନ ଗୁଡିକରୁ ଠିକ୍ ସମୟରେ ଜିନିଷ ପତ୍ର ବାହାର କରି ଦିଆଯାଇଥିବାରୁ ବିଶେଷ କ୍ଷତି ହୋଇନଥିଲା । ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ବି କୌଣସି ଏହାକୁ ଆୟତ୍ତ କରିପାରି ନଥିଲେ । ଫଳରେ ନିଆଁ ଆହୁରି ବ୍ୟାପିଥିଲା । ଖବର ପାଇ ଜଗତସିଂହପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ସେତେବେଳକୁ ଜଳଖିଆ ଦୋକାନଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି

mahabharatanews

ବ୍ୟାସନଗର ସୋୟଂଶାସିତ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ

mahabharatanews

ଦେବୀ ମିଶ୍ରଙ୍କ ଘରେ ସିବିଆଇ ଟିମ୍

mahabharatanews