ଓଡିଶା

ଘନ କୁହୁଡ଼ି, ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁଚ

(ଭୁବନେଶ୍ୱର, ମହାଭାରତ ): ଆଜି ସକାଳୁ ମୁମ୍ବାଇ- ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁଚ ହୋଇଥିବା ଜଣାପଡ଼ିଛି । କଟକ ଜିଲ୍ଲାର ନିର୍ଗୁଣ୍ଡି ଷ୍ଟେସନ ନିକଟ ଶାଳଗାଁ ଠାରେ ଟ୍ରେନର ୮ଟି ବଗି ଲାଇନଚ୍ୟୁତ ହେବା ଫଳରେ ୫୦ରୁ ଉର୍ଦ୍ଧ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଆହତମାନଙ୍କ ମଧ୍ୟରୁ ୫ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଆଜି ସକାଳୁ ଘନ କୁହୁଡି ଯୋଗୁଁ ସିଗନାଲ ପାଇଁ ଅସୁବିଧା ହୋଇଥିଲା । ତେଣୁ ଟ୍ରେନର ଚାଳକ ସିଗନାଲ ଜାଣି ନ ପାରି ଟ୍ରାକରେ ଛିଡ଼ା ହୋଇଥିବା ଏକ ମାଲଗାଡ଼ିକୁ ଧକ୍କା ଦେଇଥିଲେ । ଫଳରେ ଟ୍ରେନର ୮ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଟ୍ରେନ୍ ଦୁର୍ଘଟଣା ନେଇ ରେଲୱେକୁ କିଛି ଯାତ୍ରୀ ଟ୍ୱିଟ୍ କରିବା ପରେ ରେଳ ବିଭାଗ ଉଦ୍ଧାର ପାଇଁ ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗର ୨ଟି ଟିମ ପହଞ୍ଚିଛନ୍ତି । ଉକ୍ତ ଟ୍ରେନ୍ରେ ୪୦୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଫସି ରହିଥିବା ବେଳେ ସେମାନଙ୍କ ସହିତ ଯୋଗାଯୋଗ ନିମନ୍ତେ ରେଲୱେ ପକ୍ଷରୁ ହେଲପ୍ଲାଇନ୍ ୦୬୭୧ ୧୦୭୨, ୦୬୭୪ ୧୦୭୨ ଜାରି କରାଯାଇଛି । । ସେମାନଙ୍କୁ କଟକ, ଭୁବନେଶ୍ୱରକୁ ପଠାଯିବା ନିମନ୍ତେ ବସ୍ ବ୍ୟବସ୍ଥା କରାଯାଉଥିବା ଇଷ୍ଟକୋଷ୍ଟ ରେଲୱେର ଚିଫ୍ ପିଆର୍ଓ ଜ୍ୟୋତିପ୍ରକାଶ ମିଶ୍ର କହିଛନ୍ତି।

Related posts

ହାତୀ ଆକ୍ରମଣରେ ୨ଗୁରୁତର ଆହତ 

mahabharatanews

ଦିଲ୍ଲୀରେ ଓଡିଶାର ନୌବାଣିଜ୍ୟ ପରମ୍ପରା, ବଢୁଛି ଲୋକଙ୍କ ଭିଡ଼ 

mahabharatanews

ଜମିପଟ୍ଟା ପ୍ରଦାନ ଦାବିରେ ବସ୍ତିବାସିନ୍ଦାଙ୍କ ପ୍ରତିବାଦ

mahabharatanews