ଓଡିଶା

ଗାଡି ଓଲଟି ସୁବର୍ଣ୍ଣପୁର ଏସପି ଆହତ

(ମହାଭାରତ, ସୋନପୁର) : ସୁବର୍ଣ୍ଣପୁର ଏସପିଙ୍କ ଗାଡି ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ସମ୍ବଲପୁର-ସୋନପୁର ସକ୍କୋଲ ଢାବା ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଏସପି ଦେବୀପ୍ରସାଦ ଦାଶଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି । ସକାଳ ପ୍ରାୟ ୧୦ଟା ବେଳେ ଏକ ବୋଲେରୋରେ ଏସପି ସୋନପୁର ଆସୁଥିଲେ । ଏହି ସମୟରେ ସିଣ୍ଢୋଲ ଢାବା ନିକଟରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା । ଏଥିରେ ଏସପିଙ୍କ ସମେତ ତାଙ୍କ ଡ୍ରାଇଭର ଓ ଆଉ ଜଣେ ଆହତ ହୋଇଥିଲେ । ସେମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Related posts

ଆଜି ବିଗ୍ରହଙ୍କର ରଥରେ ଅଧର ପଣା ନୀତି

mahabharatanews

ଆଦିବାସୀ ଯୁବତୀର ଚିକିତ୍ସା ବ୍ୟବସ୍ଥା କଲା ଜିଲ୍ଲାପ୍ରଶାସନ

mahabharatanews

ଟ୍ରେଡ ୟୁନିୟନର ପ୍ରତିବାଦ ଦିବସ ପାଳିତ

mahabharatanews