Uncategorized

ଘନ କେଶ ପାଇଁ ଉପକାରୀ ଅଦା

(ମହାଭାରତ): କେଶକୁ ଘନ ଓ ଲମ୍ବା କରିବା ପାଇଁ ଅ ।ପଣ ଅନେକ ଉପ·ର କରିଥା’ନ୍ତି । ଅଦା କେଶ ପାଇଁ ଏକ ଅ ।ୟୁର୍ବେଦିକ ଉପ·ର ଭାବରେ କାର୍ଯ୍ୟ କରିଥାଏ । ଅଦାରେ ଥିବା ମ୍ୟାଗ୍ନେସିୟମ୍, ପୋଟାଟିୟମ୍, ଫସଫରସ୍ ଓ ଭିଟାମିନ୍ କେଶ ଝଡ଼ିବା ବନ୍ଦ କରିଥାଏ ।

ଅଦା ଏକ ନାଚୁରାଲ୍ କଣ୍ଡିସନର୍ ହୋଇଥିବାରୁ ଏହା କେଶର ରୁକ୍ଷପଣ ଦୂର କରି କେଶ ମୂଳରେ ରକ୍ତ ସଞ୍ଚାଳନ ଠିକ୍ ରଖିଥାଏ । ତେବେ ଅ ।ସନ୍ତୁ ଜାଣିବା କେଶକୁ ଲମ୍ବା ଓ ମଜବୁତ କରିବା ପାଇଁ ଅଦାକୁ କିପରି ବ୍ୟବହାର କରିବେ ।

ବଜାରରେ ମିଳୁଥିବା ଜିଞ୍ଜର୍ ଅଏଲ୍ କେଶରେ ଲଗାନ୍ତୁ । ନଚେତ ନିଜେ ଘରେ ପ୍ରସ୍ତୁତ କରନ୍ତୁ । ଏଥିପାଇଁ ପ୍ରଥେମ ଗୋଟିଏ ·ମଚ ଘିଅରେ ଜୋଜୋବା ଅଏଲ୍, ଅଲିଭ୍ ଅଏଲ୍ ଓ ଅଦା ରସ ମିଶାନ୍ତୁ । ଏହି ମିଶ୍ରଣକୁ ଭଲ ଭାବରେ ମୁଣ୍ଡରେ ମାଲିସ କରନ୍ତୁ । ୩୦ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ସପ୍ତାହକୁ ଏପରି ଦୁଇ ଥର କରନ୍ତୁ । ଦେଖିବେ କେଶ ମୋଟା ହେବା ସହ ଝଡ଼ିବା ବନ୍ଦ ହେବ ।
ଅଦା ଓ ଲେମ୍ବୁୁ ରସ ମଧ୍ୟ କେଶ ପାଇଁ ବ୍ୟବହାର କରିପାରିବେ । ୨ ·ମଚ ଅଦା ରସରେ ୩ ·ମଚ ରାଶି ତେଲ ଓ ଅଧା ·ମଚ ଲମ୍ବା ରସ ମିଶାନ୍ତୁ । ଏହି ମିଶ୍ରଣକୁ କେଶ ମୂଳରେ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ଏହାପରେ ଶାମ୍ପୂ କରିନିଅନ୍ତୁ । ଏହା ଦ୍ୱାରା ରୁପି ଦୂର ହେବ । ସପ୍ତାହକୁ ତିନିଥର ଏହି ମିଶ୍ରଣକୁ ଲଗାଇପାରିବେ ।
କେଶ ପତଳା ଥିଲେ ଅଦା ଓ ପିଅ ।ଜ ରସ ଲଗାନ୍ତୁ । ପ୍ରଥମେ ୨ ·ମଚ ଅଦା ରସରେ ୧ ·ମଚ ପିଅ ।ଜ ରସ ମିଶାନ୍ତୁ । ଏହି ରସକୁ କେଶ ମୂଳରେ ୨୦ ମିନିଟ୍ ଲଗାଇ ରଖିବା ପରେ ଧୋଇ ନିଅନ୍ତୁ । ସପ୍ତାହକୁ ଏପରି ଦୁଇରୁ ତିନିଥର କଲେ କେଶ ମୋଟା ହେବ ।

Related posts

ଲୋକସଭାରେ ଫାରୁଖ ଅବଦୁଲ୍ଲାଙ୍କ ମୁକ୍ତି ଦାବିରେ କଂଗ୍ରେସର ଗୃହତ୍ୟାଗ

mahabharatanews

ଦେଶରେ ୨୪ ଘଣ୍ଟାରେ ୬୯ ହଜାର ୬୫୨ ନୂଆ ଆକ୍ରାନ୍ତ

mahabharatanews

ଭାତ ରାନ୍ଧିବା ପରେ ପେଜକୁ ଫିଙ୍ଗି ଦିଅନ୍ତୁ ନାହିଁ, ଏଥିରେ ରହିଛି ଯାଦୁକରୀ ଗୁଣ

mahabharatanews