ପ୍ରଯୁକ୍ତି

ଘରେ ଔଷଧ ଯୋଗାଇଦେବ ଡ୍ରୋନ

ହାଇଦ୍ରାବାଦ: ଶନିବାର ତେଲେଙ୍ଗାନାରେ ଆରମ୍ଭ ହୋଇଛି ‘ମେଡିସନ୍ ଫ୍ରମ୍ ଦି ସ୍କାଏ’ ପ୍ରୋଜେକ୍ଟ । ଏହା ଦ୍ୱାରା ଡ୍ରୋନ ଘରେ ଯୋଗାଇଦେବ ଔଷଧ । ଏହି ଅଭିନବ ଯୋଜନାର ଶୁଭାରମ୍ଭ ଅବସରରେ କେନ୍ଦ୍ର ବେସାମରିକ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉପସ୍ଥିତ ରହିଥିଲେ । ପ୍ରୋଜେକ୍ଟ ଜରିଆରେ ଡ୍ରୋନ୍ର ବ୍ୟବହାର କରି ଔଷଧ ଏବଂ ଭ୍ୟାକସିନ୍ ପାଇହେବ ବୋଲି ସିନ୍ଧିଆ କହିଛନ୍ତି।
ସିନ୍ଧିଆ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ମେଡିସନ୍ ଫ୍ରମ୍ ଦି ସ୍କାଏ ପ୍ରୋଜେକ୍ଟ ତେଲେଙ୍ଗାନାର ୧୬ ଗ୍ରୀନ ଜୋନ୍‌ରେ ଆରମ୍ଭ କରାଯାଇଛି। ଏହାର କାର୍ଯ୍ୟକାରିତାକୁ ଦେଖି ଦେଶରେ ଏହି ପ୍ରୋଜେକ୍ଟ ଆରମ୍ଭ ହେବ। ୨ ମାସ ପରେ ପ୍ରୋଜେକ୍ଟର ସୁଫଳକୁ ନେଇ ଡାଟା ବିଶ୍ଳେଷଣ କରାଯିବ। ପରେ ବେସାମରିକ ମନ୍ତ୍ରାଳୟ, ସ୍ବାସ୍ଥ୍ୟ ମନ୍ତ୍ରାଳୟ, ଆଇଟି ମନ୍ତ୍ରାଳୟ, ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ମିଶି ଏକ ଦେଶ ପାଇଁ ଏକ ମଡେଲ୍ ପ୍ରସ୍ତୁତ କରିବେ।

 

Related posts

ଭାରତୀୟ ପୁଞ୍ଜି ବଜାରରୁ ମୁହଁ ଫେରାଉଛନ୍ତି ବିଦେଶୀ ନିବେଶକ ।

mahabharatanews

ଇସ୍ରୋର ସବୁଠୁ ଓଜନିଆ ରକେଟରେ ସଫଳ ଉତକ୍ଷେପଣ

mahabharatanews

ଖରାପ ପାଗ ଯୋଗୁ ସ୍ଥଗିତ ହେଲା ନାସାର ମିଶନ ମଙ୍ଗଳ

mahabharatanews