(ମହାଭାରତ): ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଚିକେନ ରସା ।
ଆବଶ୍ୟକୀୟ ସାମଗ୍ରୀ: ଚିକନେ,ପିଆଜ,ଟମାଟୋ,କଞ୍ଚାଲଙ୍କା, ଡାଲଚିନି,ଗୋଲମରିଚ,ତେଲ,ଜିରାଗୁଣ୍ଡ,ଧନିଆ ଗୁଣ୍ଡ,ଲଙ୍କା ଗୁଣ୍ଡ,ହଳଦୀ ଗୁଣ୍ଡ,ତେଜପତ୍ର,ଅଦା ଓ ରସୁଣ ପେଷ୍ଟ ଏବଂ ନଡିଆ ରସ ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଗ୍ୟାସରେ କଡେଇ ବସାଇ ସେଥିରେ ରିଫାଇନ ତେଲ ପକାନ୍ତୁ । ତେଲ ଗରମ ହେବା ପରେ ସେଥିରେ ଗୋଟା ଗୋଲ ମରିଚ,ତେଜପତ୍ର ଓ ଡାଲଚିନି ସହ ଲଙ୍କାଗୁଣ୍ଡ ପକାନ୍ତୁ । ଏହା ସହିତ ସେଥିରେ କିଛି ଟା ପିଆଜ ଏବଂ ଟମାଟୋ ପକାଇ ଭାଜନ୍ତୁ ।
ପିଆଜ ଟିକେ ଲାଲ ହୋଇଯିବା ପରେ ସେଥିରେ ଅଦା ଓ ରସୁଣ ପେଷ୍ଟ ପକାଇ ମସଲାକୁ ଭଲ ଭାବେ କଷନ୍ତୁ । ମସଲା କଷି ହୋଇଯିବା ପରେ ସେଥିରେ ଚିକେନ୍ ପକାନ୍ତୁ । ଚିକେନ୍ରେ ହଳଦୀ ଓ ଲୁଣ ପକାନ୍ତୁ ଏବଂ ଭଲ ଭାବେ ଗୋଳାଇ କଷନ୍ତୁ ।
ଚିକେନ ପୂରା କଷି ହୋଇଯିବା ପରେ ସେଥିରେ ନଡିଆ ରସ ପକାଇ ଅଳ୍ପ ପାଣି ଦିଅନ୍ତୁ ଏବଂ କଡେଇରେ ଢାଙ୍କୁଣୀ ଦେଇ ଏହାକୁ ସିଝିବାକୁ ଛାଡି ଦିଅନ୍ତୁ । ଚିକେନ ସିଝି ଗଲା ପରେ କଡେଇକୁ ଗ୍ୟାସରୁ ଓହ୍ଲାଇ ଆଣନ୍ତୁ । ପ୍ରସ୍ତୁତ ହୋଇଗଲା ଚିକେନ୍ ରସା ।