ଅପରାଧ

ଘରୋଇ କଳିରୁ ଆତ୍ମହତ୍ୟା

(ଜୟନ୍ତ କୁମାର ସେଠୀ /ପୁରୀ): ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ପଥୁରିଆ ସାହିର ଦୀଲିପ ସାହୁ ଘରୋଇ କଳିରୁ ବିଷ ପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଦୀଲିପର ଦେହ ଗୁରୁତର ହେବା ପରେ ପରିବାର ଲୋକମାନେ ସଙ୍ଗେ ସଙ୍ଗେ ସାକ୍ଷୀଗୋପାଳ ମେଡିକାଲକୁ ଆଣିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ପଠାଯାଇଥିଲା । ଭୁବନେଶ୍ୱର ଏକ ବେସରକାରୀ ମେଡିକାଲରେ ଚିକିତ୍ସାଧୀନ ଥିବା ସମୟରେ ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଲିସ ଖବର ପାଇ ଶବ ଜବତ କରି ବ୍ୟବଛେଦ କରିବା ପରେ ଘର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

Related posts

ବନ୍ଦ ଘରୁ ୩ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews

କେନ୍ଦ୍ର ମାନବାଧିକାର କମିଶନ ଗଲା ସୌମ୍ୟ ମାମଲା

mahabharatanews

କଣ ଥିଲା ୩ ମହିଳାଙ୍କ ଦୋଷ, ସେମାନଙ୍କୁ ଲଙ୍ଗଳା କଲେ ଗ୍ରାମବାସୀ

mahabharatanews