ଓଡିଶା

 ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ମଣ୍ଡପକୁ ବିଜେ

ପୁରୀ: ଶରଧାବାଲିରେ ଗତକାଲି ସନ୍ଧ୍ୟାରେ ଚତୁର୍ଦ୍ଧାମୂର୍ତ୍ତି ପହଂଚିବା ପରେ ଆଜି ସନ୍ଧ୍ୟାରେ ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି। କରୋନା ଗାଇଡଲାଇନ ପାଳନ ପୂର୍ବକ ସେବାୟତମାନେ ଶ୍ରୀଜିଉମାନଙ୍କୁ ଗୋଟି ପହଣ୍ଡିରେ ଆଡ଼ପକୁ ବିଜେ କରିଛନ୍ତି। ଏହି ଅବସରରେ ପ୍ରଥମେ ମଦନମୋହନ ଓ ରାମକୃଷ୍ଣଙ୍କୁ ଆଡ଼ପ ମଣ୍ଡପକୁ ନିଆଯାଇଥିଲା। ଏହା ପରେ ପ୍ରଭୁ ବଳଭଦ୍ରଙ୍କୁ ପହଣ୍ଡିରେ ଆଡ଼ପ ମଣ୍ଡପକୁ ନିଆଗଲା। ଦେବୀ ସୁଭଦ୍ରାଙ୍କ ପହଣ୍ଡି ଶେଷ ହେବା ପରେ ଶେଷରେ ପ୍ରଭୁ ଜଗନ୍ନାଥଙ୍କୁ ଆଡପ ମଣ୍ଡପକୁ ନିଆଯାଇଛି। ଆଡ଼ପ ମଣ୍ଡପ ବିଜେ ପୂର୍ବରୁ ଆଜି ରଥ ଉପରେ ଶୁଖିଲା ଭୋଗ ଲାଗି କରାଯାଇଥିଲା।
ପ୍ରତିବର୍ଷ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପମଣ୍ଡପକୁ ବିଜେ କରିବା ପରେ ଆଡ଼ପ ଦର୍ଶନ ଆରମ୍ଭ ହୋଇଥାଏ। ଆଡ଼ପ ଅବଢା ବି ପ୍ରସ୍ତୁତ ହୋଇଥାଏ। କିନ୍ତୁ ଚଳିତବର୍ଷ କରୋନା କଟକଣା ପାଇଁ ଆଡ଼ପ ଦର୍ଶନ ବନ୍ଦ ରଖାଯାଇଛି। ବିନା ଭକ୍ତରେ ଜନ୍ମବେଦୀରେ ୯ ଦିନ ଦର୍ଶନ ଦେବେ ମହାପ୍ରଭୁ। ସନ୍ଧ୍ୟା ଦର୍ଶନ ପାଇଁ ବି ଭକ୍ତମାନେ ଆତୁର ହୋଇଥାନ୍ତି। ଏଥର ସଂଧ୍ୟା ଦର୍ଶନରୁ ବି ଭକ୍ତ ବଞ୍ଚିତ ରହିବେ।

Related posts

ସୁବର୍ଣ୍ଣପୁର ଜିଲ୍ଲାର ସୁକାନ୍ତି ଇଣ୍ଟରନ୍ୟାସନାଲ ସ୍କୁଲର ନିଜସ୍ୱ ଗୃହ ଉଦଘାଟିତ

mahabharatanews

ଆରମ୍ଭ ହେଲା ମତଦାନ, ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ଲକ୍ ହେବ

mahabharatanews

କୃଷି ବିଜ୍ଞାନ କେନ୍ଦ୍ରରେ ଗବେଷଣା ଓ ସଂପ୍ରସାରଣ ପାଇଁ ମିଳିତ ବୈଠକ

mahabharatanews