Uncategorized

କୋଭିଡ-୧୯ ଭୂତାଣୁ ସଂକ୍ରମଣ ଦ୍ୱିତୀୟ ପର୍ଯ୍ୟାୟରେ ଭୟଙ୍କର ହୋଇପାରେ

ଲଣ୍ଡନ: କୋଭିଡ-୧୯ ଭୂତାଣୁ ସଂକ୍ରମଣ ଦ୍ୱିତୀୟ ପର୍ଯ୍ୟାୟରେ ଭୟଙ୍କର ହୋଇପାରେ ବୋଲି ବିଟ୍ରିଶ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି । ବ୍ରିଟେନରେ ଆଗାମୀ ଦିନରେ କରୋନା ମହାମାରୀର ପ୍ରକୋପ ଆକଳନ କରିବା କଷ୍ଟସାଧ୍ୟ ହୋଇପାରେ । ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଏହି ଚିଠିରେ ରୟାଲ କଲେଜ ଅଫ୍ ସର୍ଜନର ସଭାପତି ଡେରେକ ଆଲଡରସନ, ରୟାଲ କଲେଜ ଅଫ୍ ଫିଜିସିଆନ୍ସର ଅଧ୍ୟକ୍ଷ ଆଣ୍ଡ୍ରିୟୁ ଗୋଡାର୍ଡ ଏବଂ ରୟାଲ୍ କଲେଜ୍ ଅଫ୍ ଏମରଜେନ୍ସି ମେଡିସିନର ଅଧ୍ୟକ୍ଷ କ୍ୟାଥରିନ୍ ହେଣ୍ଡରସନ ଦସ୍ତଖତ କରିଛନ୍ତି। ସେହି ଚିଠିରେ ସେମାନେ କହିଛନ୍ତି, ଏହି ଭୂତାଣୁ ପ୍ରସାର ରୋକିବା ପାଇଁ ଯଦିଓ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ ରହିଛି, କିନ୍ତୁ ଏଥିରେ ଅନେକ ପ୍ରତିବନ୍ଧକ ରହିଛି।
ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି, ଅର୍ଥନୀତିକୁ ଗତିଶୀଳ କରାଇବା ପାଇଁ ଆସନ୍ତା ମାସରେ ଇଂଲଣ୍ଡରେ ପବ୍, ରେଷ୍ଟୁରାଣ୍ଟ ଏବଂ ହୋଟେଲ ପୁଣି ଖୋଲିବ। କରୋନା ସଂକ୍ରମଣ ଯୋଗୁ ବ୍ରିଟେନରେ ମୃତ୍ୟୁ ସଂଖ୍ୟା ଅତ୍ୟନ୍ତ ଖରାପ ସ୍ତରରେ ରହିଛି । କିନ୍ତୁ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେବାକୁ ଆମକୁ ଲକଡାଉନ ହଟାଇବାକୁ କୁହାଯାଉଥିବା ବେଳେ କିନ୍ତୁ ସଂକ୍ରମଣକୁ ନେଇ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି ।

Related posts

୭ବର୍ଷ ପଛୁଆ ଦେଶ: ଏବେ ବି ଏଠାରେ ଚାଲିଛି ୨୦୧୨ ମସିହା

mahabharatanews

ମହାପ୍ରଭୁ କାଲି ବାହାରକୁ ନ ବାହରିଲେ ୧୨ ବର୍ଷ ପର୍ଯ୍ୟନ୍ତ ବାହାରି ପାରିବେନି: ତୁଷାର ମେହତା

mahabharatanews

ସଂକ୍ରମିତ ବିଚାରପତିଙ୍କ କ୍ୱାରେଣ୍ଟାଇନ ପାଇଁ ନୂଆ ବ୍ୟବସ୍ଥା

mahabharatanews