ଭୁବନେଶ୍ୱର: ବଦଳିଲେ ଟ୍ରାଫିକ ଥାନା ଅଧିକାରୀ । ଦୀର୍ଘ ୬ ବର୍ଷ ପରେ ଟ୍ରାଫିକ ଥାନା (୧) ଅଧିକାରୀ ସୁରେନ୍ଦ୍ର ବଳଙ୍କ ବଦଳି ହୋଇଛି । ତାଙ୍କୁ ଚନ୍ଦକା ଥାନା ଅଧିକାରୀ ଭାବେ ବଦଳି କରାଯାଇଛି । ତେବେ ଏହି ବଦଳି ତାଙ୍କ ପ୍ରତି କୌଣସି ଦଣ୍ଡ ବିଧ।।ନ ନୁହେଁ । ତାଙ୍କ ଦକ୍ଷତା ତଥା ଟ୍ରାଫିକ ନିୟନ୍ତ୍ରଣରେ ପାରଦର୍ଶିତା ସେ ପ୍ରଶଂସିତ ହୋଇ ଆସିଛନ୍ତି । ନିକଟ ଭବିଷ୍ୟତରେ ତାଙ୍କର ପଦୋନ୍ନତି ହେବାକୁ ଯାଉଛି, ତେଣୁ ତାଙ୍କୁ ଚନ୍ଦକା ଥାନାକୁ ବଦଳି କରାଯାଇଥିବ।। ଜଣାପଡିଛି । ତାଙ୍କ ସ୍ଥାନରେ ଚନ୍ଦକା ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳଙ୍କୁ ନିଯୁକ୍ତି କରାଯାଇଛି ।
୬ ବର୍ଷ ପୂର୍ବେ ରାଜଧ।।ନୀର ଟ୍ରାଫିକ ବ୍ୟବସ୍ଥା ଭୁଶୁଡି ପଡିଥିଲା । ସାଧାରଣ ଯାତାୟାତଠାରୁ ଭିଭିଆଇପି ଗସ୍ତ, ପର୍ବପର୍ବାଣୀ, ଭଷଣାକୁ ନେଇ ଲୋକେ ଅତିଷ୍ଠ ହୋଇପଡିଥିଲେ । ଏପରି ସମୟରେ ତାଙ୍କୁ ଟ୍ରାଫିକ ଥାନାକୁ ବଦଳି କରାଯାଇଥିଲା । ନିଜ ଦକ୍ଷତା ଓ ନିର୍ଭିକତାକୁ ପାଥେୟ କରି ସେ ଦୁର୍ବିସହ ହୋଇପଡିଥିବା ଟ୍ରାଫିକର ସୁପରିଚାଳନା କରିବାରେ ସକ୍ଷମ ହୋଇଥିଲେ । ଲିଙ୍ଗରାଜଙ୍କ ରୁକ୍ୁଣା ରଥ ହେଉ ବା ଭିନ୍ନ ଜଗନ୍ନାଥ ମନ୍ଦିରର ରଥଟଣା, ବିଭିନ୍ନ ପୂଜା ଓ ପରବର୍ତ୍ତୀ ଭଷାଣୀର ଭିଡ ନିୟନ୍ତ୍ରଣ କରିବାକୁ ସ୍ୱତନ୍ତ୍ର ଯୋଜନା କରିଥିଲେ । ସେହିପରି ଜାତୀୟ, ଅନ୍ତର୍ଜାତୀୟ ଖେଳାଳୀଙ୍କ ରାଜଧାନୀ ରହଣୀ, ଭିଭିଆଇପିଙ୍କ ଗସ୍ତକୁ ସୁଗମ କରିବାରେ ସକ୍ଷମ ହୋଇଥିଲେ । ତାଙ୍କ ଦଗ୍ଦର୍ଶନରେ ବିଭିନ୍ନ ସମୟରେ ରାଜଧାନୀ ରାଜରାସ୍ତାକୁ ଗ୍ରୀନ କରିଡର କରି ସଙ୍କଟାପନ୍ନ ରୋଗୀଙ୍କ ଏୟାର ପୋର୍ଟ ପହଞ୍ଚାଇବାରେ ସିଦ୍ଧହାସ୍ତ ଥିଲେ ସୁରେନ୍ଦ୍ର । ତାଙ୍କ ଟ୍ରାଫିକ ପରାଚାଳନା ଗସ୍ତ ଦକ୍ଷତାକୁ ଦେଖି ତଥା ତାଙ୍କର ବିକଳ୍ପ ନ ଥିବାରୁ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇନଥିଲା ।
କିନ୍ତୁ ଏବେ ତାଙ୍କୁ ବଦଳି କରାଯାଇଛି । କୁହାଯାଉଛି, ଆଗକୁ ତାଙ୍କର ପଦୋନ୍ନତି ହେବାକୁ ଯାଉଛି । ତେଣୁ ତାଙ୍କୁ ଟ୍ରାଫିକରୁ ଚନ୍ଦକା ପରି ଏକ ଗୁରୁତ୍ୱପୂର୍ଣ୍ଣ ଥାନାକୁ ବଦଳି କରାଯାଇଛି । ଆଶା ସେ ତାଙ୍କ ଦକ୍ଷତା ପ୍ରତିପାଦନ କରି ଚନ୍ଦକା ଅଞ୍ଚଳରେ ଦେଖାଦେଇଥିବା ଅପରାଧିକ ତତ୍ୱଙ୍କୁ ନିୟନ୍ତ୍ରଣ ପୂର୍ବକ ସେଠାରେ ଆଇନଶୃଙ୍ଖଳା ପ୍ରତିଷ୍ଠା କରିବାରେ ସକ୍ଷମ ହେବେ ।