ଓଡିଶା

ଜିଲ୍ଲା ବ୍ଲକରେ ଅଭିଯୋଗ ଶୁଣିବେ ମନ୍ତ୍ରୀ: ପ୍ରଭାତୀ ପରିଡା

ଭୁବନେଶ୍ୱର: ଖୁବ୍‌ଶୀଘ୍ର ଜିଲ୍ଲା ଓ ବ୍ଲକ ସ୍ତରକୁ ଯାଇ ଅଭିଯୋଗ ଶୁଣିବେ ମନ୍ତ୍ରୀ  । ଶୁଣାଣି ନେଇ ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ୧୭୫୦ ପଞ୍ଜୀକରଣ ହୋଇଛି  । ସମସ୍ତଙ୍କୁ ତ୍ବରିତ ବେଗରେ ନ୍ୟାୟ ଦେବା ସରକାରଙ୍କ ଉଦ୍ଦେଶ୍ୟ ବୋଲି କହିଛନ୍ତି ପ୍ରଭାତୀ ପରିଡା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସବୁ ସୋମବାର କେଉଁଠି ନା କେଉଁଠି ମନ୍ତ୍ରୀ ରହି ଅଭିଯୋଗ ଶୁଣିବେ  ।  ୩ ମାସରେ ଥରେ ଆସୁଥିବା ଅଭିଯୋଗ ଓ ସମାଧାନର ସମୀକ୍ଷା ହେବ  । ବ୍ଳକ ସ୍ତରର ସମସ୍ୟାକୁ ୭ ଦିନ ମଧ୍ୟରେ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ  ।

Related posts

ଆସନ୍ତା ୧ରେ ବସିବ ପରିଚାଳନା କମିଟି ବୈଠକ

mahabharatanews

ମାଟ୍ରିକ ପରୀକ୍ଷା ସିଡ୍ୟୁଲ୍ ରେ ସାମାନ୍ୟ ପରିବର୍ତ୍ତନ

mahabharatanews

ମାଟ୍ରିକ୍ ପରୀକ୍ଷାରେ ଏମଭି–୭୯ର ଛାତ୍ରୀ ଆଖି ମଣ୍ଡଳଙ୍କ ସଫଳତା

mahabharatanews