Uncategorized

ଚନ୍ଦ୍ରଶେଖରଙ୍କ ଜାମିନ ସ୍ଥଗିତ

ନୂଆଦିଲ୍ଲୀ: ଭୀମ ଆର୍ମି ପ୍ରମୁଖ ଚନ୍ଦ୍ର ଶେଖରଙ୍କ ଜମାନତ ଯାଚିକାର ଶୁଣାଣି କରି ଦିଲ୍ଲୀର ତିସ ହଜାରୀ କୋର୍ଟ ଦିଲ୍ଲୀ ପୁଲିସକୁ ତୀରସ୍କାର କରିଛନ୍ତି । ନାଗରିକତା ଆଇନକୁ ନେଇ ଦରିଆଗଂଜ ଅଞ୍ଚଳରେ ଥିବା ଜାମା ମସ୍ଜିଦ ନିକଟରେ ପ୍ରଦର୍ଶନ ସମୟରେ ହୋଇଥିବା ଲାଠି ଚାର୍ଜ କରିଥିଲା । ଅଦାଲତ କହିଛନ୍ତି, ଲୋକ କୌଣସି ବି ସ୍ଥାନରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିପାରିବେ । ଜାମା ମସଜିଦ ପାକିସ୍ତାନରେ ନାହିଁ କି ଯେଉଁଠାରେ ଲୋକଙ୍କୁ ପ୍ରଦର୍ଶନ କରିବାକୁ ଦିଆଯିବ ନାହିଁ । ପାକିସ୍ତାନର ମଧ୍ୟ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ହୋଇଥାଏ । ଅଦାଲତ ଦିଲ୍ଲୀ ପୁଲିସକୁ ପ୍ରଶ୍ନ କରିଛନ୍ତି, ଏପରି କେଉଁ ଆଇନରେ ଅଛି, କୌଣସି ଧାର୍ମିକସ୍ଥଳରେ ବିରୋଧ କରାଯିବା ଉପରେ ପ୍ରତିବନ୍ଧ ରହିଛି ।

ଅପରପକ୍ଷରେ ଆଜି ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖରଙ୍କ ଜାମିନ ଆବେଦନ ଯାଚିକା ଉପରେ ଆଜି ହେବାକୁ ଥିବା ଶୁଣାଣିକୁ ଆସନ୍ତା କାଲିକୁ ସ୍ଥଗିତ କରିଛନ୍ତି । ସାହାରନ ପୁରରେ ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଏଫଆଇଆରକୁ କୋର୍ଟଙ୍କ ସମ୍ମୁଖରେ ପ୍ରସ୍ତୁତ କରିବାକୁ ପୁଲିସକୁ ପର୍ଯ୍ୟାପ୍ତ ସମୟ ଦେବା ପ।।ଇଁ ଶୁଣାଣିକୁ ସ୍ଥଗିତ ରଖିଛନ୍ତି କୋର୍ଟ ।

ସୂଚନାଯୋଗ୍ୟ, ୨୦ ଡିସେମ୍ବରକୁ ନାଗରିକତା ଆଇନ ବିରୋଧରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପ୍ରଦର୍ଶାନ କରାଯାଇଥିଲା । ଦରିଆଗଂଜ ଓ ଜାମା ମସଜିଦ ଓ ଇଣ୍ଡିଆ ଗେଟ ସମ୍ମୁଖରେ ଲୋକ ପ୍ରଦର୍ଶନ କରିବାକୁ ଏକାଠି ହୋଇଥିଲେ । ଇଣ୍ଡିଆ ଗେଟ ନିକଟରେ ଚନ୍ଦ୍ରଶେଖର ପ୍ରଦର୍ଶନର ନେତୃତ୍ୱ ନେଇଥିବା ବେଳେ ପୁଲିସ ସେଠାରେ ଲାଠି ଚାର୍ଜ କରିଥିଲା ଓ ଚନ୍ଦ୍ରଶେଖରଙ୍କୁ ସେଠାରୁ ଉଠାଇ ନେଇଥିଲା । ସେତେବେଳେ ଚନ୍ଦ୍ରଶେଖର ଜାମା ମସଜିଦ ନିକଟରେ ଥିଲେ ଓ ତାଙ୍କୁ ଗିରଫ କରାଯାଇଥିଲା ।

Related posts

ଭୁଲରେ ଭାରତୀୟ ସୀମାକୁ ପ୍ରବେଶ କରିଥିବା ଦୁଇ ନାବାଳିକାଙ୍କୁ ସସମ୍ମାନେ ପାକକୁ ହସ୍ତାନ୍ତର କଲା ସେନା

mahabharatanews

ବୁହାନରୁ ୭୬ ଭାରତୀୟଙ୍କ ସମେତ ୧୧୨ଙ୍କୁ ନେଇ ଫେରିଲା ବିମାନ

mahabharatanews

ନବରଙ୍ଗପୁରକୁ ଗଲେ ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ଅଧିନରେ ଡାକ୍ତରଙ୍କ ଟିମ୍

mahabharatanews