Uncategorized

କରୋନା କବଜାରେ ସିଆରପିଏଫର ୬୮ ଯବାନ

ନୂଆଦିଲ୍ଲୀ: ମହାମାରୀ କରୋନାର ଭୂତାଣୁ ଦେଶରେ ଧୀରେ ଧୀରେ ଉଗ୍ର ରୂପ ନେବାରେ ଲାଗିଛି । ପ୍ରତିରକ୍ଷା କ୍ଷେତ୍ର ମଧ୍ୟ ଏହି ଭୂତାଣୁ କବଳରୁ ବଞ୍ଚିନି । ପୂର୍ବରୁ ଜଳ ସେନାର ଯବାନମାନେ ସଂକ୍ରମିତ ହୋଇଥିବା ବେଳେ ଏବେ ଏବେ କେନ୍ଦ୍ରୀୟ ସଂରକ୍ଷିତ ପୁଲିସ ଫୋର୍ସ(ସିଆରପିଏଫ)ର ୬୮ ଯବାନ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସେମାନଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ସଂକ୍ରମିତ ସମସ୍ତ ଯବାନ ପୂର୍ବ ଦିଲ୍ଲୀରେ ଥିବା ଏକ ବାଟାଲିୟନ ଶିବିରରେ ଅଛନ୍ତି। ଏହି ଶିବିବରରେ ବର୍ତ୍ତମାନ ସୁଦ୍ଧା ୧୨୨ ଜଣ ଯବାନ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଯବାନଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ସୁସ୍ଥ ହୋଇଛନ୍ତି ଓ ବର୍ତ୍ତମାନ ୧୨୦ ଜଣ ଯବାନଙ୍କ ଚିକିତ୍ସା ଚାଲିଛି ।

Related posts

ଭୟଙ୍କର ବିସ୍ଫୋରଣରେ ୩୫ ମୃତ

mahabharatanews

ଘରେ ରଖୁଛନ୍ତି କି ଶୁଖିଲା ଫୁଲ? ତେବେ ଦୂର ହୋଇପାରେ ଅ ।ପଣଙ୍କ ସୁଖ-ଶାନ୍ତି

mahabharatanews

ଭାରତର ପ୍ରତିବଦ୍ଧତାକୁ ଡବ୍ଲୁଏଚଓର ପ୍ରଶଂସା

mahabharatanews