ଓଡିଶା

ଚଳନ୍ତା ଟ୍ରକରେ ନିଆଁ

(ମହାଭାରତ, ରାୟଗଡା): ରାୟଗଡା ଜିଲ୍ଲା ରମନଗୁଡା ଥାନା ଅନ୍ତର୍ଗତ ପରୀଖିତା ଘାଟି ନିକଟରେ ଏକ ଚଳନ୍ତା ଟ୍ରକରେ ନିଆଁ ଲାଗିଯାଇ ପୋଡି ପାଉଁଶ ହୋଇଛି । ତେବେ ଏଥିରେ ଥିବା ଡ୍ରାଇଭର ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁଯାୟୀ, ମୁନିଗୁଡାରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିବା ଏହି ଟ୍ରକଟରେ ବିଳମ୍ବିତ ରାତିରେ ପରିଖିତା ଘାଟି ଠାରେ ନିଆଁ ଲାଗି ଯାଇଥିଲା । ଏଥିରେ ଥିବା ଡ୍ରାଇଭର ଜଣକ ଗାଡିକୁ ସାହସିକତା ଦେଖାଇ ଅଟକାଇବା ସହ ଏଥିରୁ ବାହାରି ଆସିବାରେ ସକ୍ଷମ ହୋଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଗାଡିରେ ନିଆଁ କିପରି ଲାଗିଲା ସେ ନେଇ କାରଣ ଅସ୍ପଷ୍ଟ ରହିଛି ବୋଲି ଜଣେ ଅଗ୍ନିଶମ ବାହିନୀ କର୍ମଚାରୀ ସୂଚନା ଦେଇଛନ୍ତି ।

Related posts

ଶୋଇଥିବା ବେଳେ ଦମ୍ପତିଙ୍କୁ ହତ୍ୟା !

mahabharatanews

ସୁପ୍ରିମକୋର୍ଟ ଗଲେ ବର୍ଷା

mahabharatanews

ସୁନ୍ଦରଗଡ଼ ପୋଲିସକୁ ବଡ଼ ସଫଳତା : ଏନକାଉଣ୍ଟରରେ ୩ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

mahabharatanews