ଓଡିଶା

ସୁପ୍ରିମକୋର୍ଟ ଗଲେ ବର୍ଷା

କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ଗଲେ ସୁପ୍ରିମ କୋର୍ଟ । ଛାଡପତ୍ର ପାଇଁ ଅନୁଭବ ଦିଲ୍ଲୀ ପଟିଆଲା କୋର୍ଟରେ କରିଥିବା ଆବେଦନର ଶୁଣାଣି ପାଇଁ ବାରମ୍ବାର ଦିଲ୍ଲୀ ଯିବା ତାଙ୍କ ପକ୍ଷରେ ଅସମ୍ଭବ । କାରଣ ସେ କଟକରେ ରହୁଛନ୍ତି । ବର୍ତ୍ତମାନ ତାଙ୍କର କୌଣସି ରୋଜଗାର ନାହିଁ । ଏପରି ସ୍ଥଳେ ତାଙ୍କ ପାଇଁ ଶୁଣାଣି ତାରିଖଗୁଡିକରେ ଦିଲ୍ଲୀ କୋର୍ଟରେ ହାଜର ହେବା ଅସମ୍ଭବ । ତେଣୁ ସେ ଉକ୍ତ କେଶକୁ କଟକ ଫାମିଲି କୋର୍ଟକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି ସୁପ୍ରିମ କୋର୍ଟଙ୍କ ନିକଟରେ ।
ବର୍ଷା ଅନୁଭବଙ୍କ ନାମରେ କୋର୍ଟରେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ ଆଣିଥିଲେ । ସେହିପରି ଅନୁଭବ ମଧ୍ୟ ବର୍ଷାଙ୍କ ଠାରୁ ଛାଡପତ୍ର ଚାହୁଁଥିବା ନେଇ ଦିଲ୍ଲୀର ପଟିଆଲା କୋର୍ଟରେ ଏକ ଅବେଦନ କରିଥିଲେ । ଆବେଦନରେ ସେ ୪୭ ପୃଷ୍ଟାର କାରଣ ଦର୍ଶାଇଥିଲେ କାହିଁକି ସେ ବର୍ଷାଙ୍କୁ ଛାଡପତ୍ର ନେବାକୁ ଚାହୁଁଛନ୍ତି । ସେଥିରେ ଶାରୀରିକ ସମ୍ପର୍କ ସ୍ଥାପନରେ ବର୍ଷାଙ୍କ ଅରାଜିଠାରୁ ଆରମ୍ଭ କରି ତାଙ୍କ ବାପା, ମାଙ୍କୁ ବର୍ଷା ଦୁର୍ବ୍ୟବହାର କରୁଥିବା, ବାପଘରକୁ ଚାଲିଯାଉଥିବା ପରି ବହୁ କାରଣ ଦେଇଥିଲେ ।

Related posts

ଏବେ ରାଜଧାନୀର ବିଭିନ୍ନ ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ

mahabharatanews

ଫୁଲୁଛି ମହାନଦୀ ,୧୦ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

mahabharatanews

ଆଜି ଧାମନଗରରେ କମ୍ପିବ ପ୍ରଚାର ମଇଦାନ, ନବୀନ ଧରିବେ ପ୍ରଚାର ମଙ୍ଗ

mahabharatanews