Uncategorized

ଚାରିଧାମ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କୁ ମିଳିବ ୧ ଲକ୍ଷ ଟଙ୍କା ଦୁର୍ଘଟଣା ବିମା

ବଦ୍ରିନାଥ : ଶ୍ରଦ୍ଧାଳୁଙ୍କୁ ମିଳିବ ୧ ଲକ୍ଷ ଟଙ୍କା ବୀମା । ଯେଉଁମାନେ ଚାରିଧାମ ଯାତ୍ରା ଅର୍ଥାତ କେଦାରନାଥ, ବଦ୍ରିାନଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ପରିସରରେ କୌଣସି ଦୁର୍ଘଟଣା ହେଲେ ସେମାନଙ୍କୁ ମିଳିବ ଏହି ବୀମା ରାଶି । ଶ୍ରଦ୍ଧାଳୁଙ୍କ ଏହି ବୀମା କଭର ମାନବ ଉତ୍ଥାନ ସେବା ସମିତି ପକ୍ଷରୁ ୟୁନାଇଟେଡ ଇଣ୍ଡିଆ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ ଏହା ଦେବ । । ଏ ନେଇ କେଦାରନାଥ –ବଦ୍ରିନାଥ ମନ୍ଦିର ସମିତିର ମିଡିଆ ପ୍ରଭାରୀ ହରିଶ ଗୌଡ ଘୋଷଣା କରିଛନ୍ତି । ଏହି ସମିତିର ସଂସ୍ଥାପକ ଉତ୍ତରାଖଣ୍ଡର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ସତପାଲ ମହାରାଜ କହିଛନ୍ତି ଯେ ଚାରିଧାମ ଯାତ୍ରା ସମୟରେ ଦୁର୍ଘଟଣାରେ ଶିକାର ହେବା ବ୍ୟକ୍ତିଙ୍କ ବୀମା କଭରେଜ ତାଙ୍କ ପିତା ହଂସଜୀ ମହାରାଜ ଓ ମା’ ରାଜେଶ୍ୱରୀ ଦେବୀଙ୍କ ସ୍ମୃତିରେ ପ୍ରଦାନ କରାଯିବ । ଚାରିଧାମ ଯାତ୍ରା ୨୦୨୨ ରୁ ଆରମ୍ଭ ହେବା ପରେ ଦେଶର କୋଣ ଅନୁକୋଣରୁ ଯାତ୍ରୀ ଯାତ୍ରା ପାଇଁ ଆସୁଛନ୍ତି । ତେବେ ୩ ମଇରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ସମୟରେ ୧୧୦ରୁ ଅଧିକ ଲୋକଙ୍କ ଦୁର୍ଘଟଣାରେ ଜୀବନ ଗଲାଣି । ତେବେ ଏପରି ରାଶି ମିଳିବା ନେଇ ଘୋଷଣା ହେବା ପରେ କେଦାରନାଥ-ବଦ୍ରିନାଥ ମନ୍ଦିର ସମତିର ଅଧ୍ୟକ୍ଷ ଏ ନେଇ କୃତଜ୍ଞତା ପ୍ରକାଶ କରିଛନ୍ତି ।

Related posts

ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟ ୪୯, ୨ ଭେଣ୍ଟିଲେଟରରେ

mahabharatanews

ଗିରଫ ପରେ ଜାମିନରେ ବାହାରିଲେ ବାରିପଦା ବିଧାୟକ

mahabharatanews

ଆସନ୍ତା ୨୨ରେ ମୋଦୀଙ୍କ ନିର୍ବାଚନ ବିରୋଧରେ ହୋଇଥିବା ଆବେଦନର ଶୁଣାଣି

mahabharatanews