Uncategorized

ଗିରଫ ପରେ ଜାମିନରେ ବାହାରିଲେ ବାରିପଦା ବିଧାୟକ

(ଶ୍ରୀହର୍ଷ ମିଶ୍ର/ମହାଭାରତ): ଗିରଫ ପରେ ଜାମିନରେ ବାହାରିଲେ ବାରିପଦା ବିଧାୟକ । ବାରିପଦା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଗାଳିଗୁଲଜ ସହ ମାରଧର ଏବଂ ହତ୍ୟା ଧମକ ଆଦି ଅଭିଯୋଗ ଘଟଣାରେ ବାରିପଦା ବିଧାୟକ ତଥା ବିଜେପି ନେତା ପ୍ରକାଶ ସୋରେନଙ୍କୁ ଟାଉନ ଥାନା ପୋଲିସ ଗିରଫ କରି କୋର୍ଟରେ ହାଜର କରାଇବା ପରେ ସେଠାରୁ ତାଙ୍କୁ ମିଳିଛି । ସହକାରୀ ଯନ୍ତ୍ରୀଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରି ବିଧାୟକଙ୍କୁ ଶୁକ୍ରବାର ଗିରଫ କରି ସନ୍ଧୟା ୭ଟାରେ କଡା ପୋଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବାରିପଦା ଏସଡିଜେଏମ କୋର୍ଟରେ ହାଜର କରିଥିଲା । ପରେ ସୋରେନଙ୍କୁ ଜଣେ ଜାମିନଦାରଙ୍କ ସହିତ ୩୦ ହଜାର ଟଙ୍କା ବେଲବଣ୍ଡ ଜରିଆରେ ଜାମିନ ମଞ୍ଜୁର କରିଥିଲେ ।
ସୂଚନା ଅନୁଯାୟୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କ ଅଭିଯୋଗକ୍ରମେ ଟାଉନ ଥାନାରେ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କ ସମେତ ୩୦ ଜଣଙ୍କ ବିରୋଧରେ ଏକ ମାମଲା ଶୁକ୍ରବାର ଭୋର ସମୟରେ ରୁଜୁ ହୋଇଥିଲା । ଅଭିଯୋଗ ଅନୁଯାୟୀ, ବିଧାୟକ ସୋରେନଙ୍କ ସମର୍ଥକଙ୍କୁ ଆଇଟିଡିଏ ପକ୍ଷରୁ ଠିକା କାର୍ଯ୍ୟ ଦିଆଯାଉ ନଥିବା ଘଟଣାକୁ କେନ୍ଦ୍ର କରି ଗତକାଲି ରାତିରେ ସ୍ଥାନୀୟ ବିଶ୍ରାମ ଭବନ ଠାରେ ଅଭିଯୋଗକାରୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ଗାଳିଗୁଲଜ ସହ ବାଉଁଶ ବାଡିରେ ମାରଧର ଏବଂ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ଏହି ଆକ୍ରମଣରେ ସେ ଆହତ ହୋଇ ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ପୋଲିସରେ ଏତଲା ପରେ ବିଧାୟକ ସୋରେନଙ୍କୁ ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ତାଙ୍କ ବାସଭବନରୁ ଅଣାଯାଇ ପୋଲିସ ଅଧିକାରୀ ଥାନାରେ ଅଟକ ରଖିଥିଲେ । ଏହାପରେ ସନ୍ଧ୍ୟାରେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା । ସେଠାରେ ସେ ଜାମିନ ମିଳିବାରୁ ସେ ମୁକୁଳିଥିବା ଜଣାଯାଇଛି ।
ଅନ୍ୟପଟେ ସହକାରୀ ଯନ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବାରିପଦା ବିଧାୟକ ପ୍ରକାଶ ସୋରେନ । ତାଙ୍କ ବିରୋଧରେ ହୋଇଥିବା ସହକାରୀ ଯନ୍ତ୍ରୀଙ୍କ ଅଭିଯୋଗ ସମ୍ପୁର୍ଣ୍ଣ ଭିତ୍ତିହୀନ, କପୋଳକଳ୍ପିତ ଓ ମିଥୟା ବୋଲି ସେ କହିଛନ୍ତି । ବିଭାଗୀୟ କାମକୁ ତ୍ୱରାନ୍ୱିତ କରିବାକୁ ତାଙ୍କୁ ତାଗିଦ କରାଯାଇଥିଲା । କିନ୍ତୁ ମାଡ ମାରିବା ଅଭିଯୋଗ ସମ୍ପୁର୍ଣ୍ଣ ମିଥ୍ୟା ବୋଲି ବିଧାୟକ ସୋରେନ ସ୍ପଷ୍ଟ କରିଛନ୍ତି ।

Related posts

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି

mahabharatanews

ସହଜ ଉପାୟରେ ଦୂର କରନ୍ତୁ ବେକର କଳାପଣ

mahabharatanews

ଛତିଶଗଡ ତ୍ରିପଲ୍ ମର୍ଡର ମାମଲା ଅଭିଯୁକ୍ତଙ୍କ ସଜା ବଦଳାଇଲେ ସୁପ୍ରିମକୋର୍ଟ

mahabharatanews