Uncategorized

ଚିକିତ୍ସା ଅବହେଳାରୁ ବାଳିକାଙ୍କ ମୃତ୍ୟୁ ଅଭିଯୋଗ

(ସେଖ୍ ଫୈଜନ କାଦ୍ରୀ/ଭଦ୍ରକ): ଚିକିତ୍ସା ଅବହେଳାରୁ ଜଣେ ବାଳିକାର ମୃତ୍ୟୁ ଘଟିଥିବା ତା ମାମୁ ଘର ଲୋକ ଅଭିଯୋଗ ଆଣିଛନ୍ତି । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ। ସୂଚନା ଅନୁଯାୟୀ ବାସୁଦେବପୁର ବ୍ଳକର ପଢୁଆଁ ଗ୍ରାମର ମନୋରଞ୍ଜନ ଦାସଙ୍କ ଝିଅ ଲିପି ପୁଷ୍ପା ଦାସ । ସେ ତାଙ୍କ ମାମୁଁ ଘର ବାସୁଦେବପୁର ପୌରପାଳିକା ପାରା ଗ୍ରାମର ମାନସ କୁମାର ନାୟକଙ୍କ ଘରେ ରହି ଆସୁଥିଲେ । ଗତକାଲି କୌଣସି କାରଣରୁ ଲିପି ପୁଷ୍ପା ବିଷ ପିଇ ଦେଇଥିଲେ । ମାମୁଁ ଘର ଲୋକ ତାଙ୍କୁ ତୁରନ୍ତ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଆଜି ସକାଳ ୭ଟା ସମୟରେ ଲିପିଙ୍କୁ ଘରକୁ ନେଇ ଯିବାକୁ ଡାକ୍ତର କହିଥିଲେ । ପରିବାର ଲୋକ ତାଙ୍କୁ ମାମୁଁ ଘରକୁ ନେଇ ଯାଇଥିଲେ । ପରବର୍ତ୍ତୀ ସମୟରେ ଲିପିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ମାମୁଁ ଘର ଲୋକେ ପୁଣି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲୋ ସେଠାରେ ଚିକିତ୍ସାଧୀନ ଥିବା ବେଳେ ଲିପିଙ୍କର ମୃତ୍ୟୁ ଘଟିଥିଲା । ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ବାଳିକାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ମାମୁଁ ମାନସ କୁମାର ନାୟକ। ଏନେଇ ବାସୁଦେବପୁର ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ଵାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡାକ୍ତର ସୁଶାନ୍ତ ସାମନ୍ତ । ଏହି ଘଟଣା ପରେ ଡାକ୍ତରଖାନା ମଧ୍ୟରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖାଦେଇଥିଲା । କିନ୍ତୁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡିଥିଲା ।

Related posts

କେନାଲରେ କାର ଖସି ୫ ମାତ

mahabharatanews

ଶସ୍ତା ହେଲା ସୁନା-ରୂପା

mahabharatanews

ଜାପାନରେ ଭୂକମ୍ପ, ତୀବ୍ରତା ୫.୯ ରେକର୍ଡ

mahabharatanews