ଅଯୋଧ୍ୟା: ୨୦୦୭ ମସିହାରେ ଫୈଜାବାଦ, ଲକ୍ଷେ୍ନø ଏବଂ ବାରାଣସୀରେ ହୋଇଥିବା ସିରିଏଲ୍ ବିସ୍ଫୋରଣରେ ସମ୍ପୃକ୍ତ୨ ଆତଙ୍କବାଦୀଙ୍କୁ ଅ ।ଜୀବନ କାରାଦଣ୍ଡାଦେଶ ହୋଇଛି । ୨ ଆତଙ୍କବାଦୀ ହେଲେ ମହମ୍ମଦ୍ ତାରିକ୍ ଏବଂ ମହମ୍ମଦ ଅଖତର୍ । ଶୁକ୍ରବାର ଏକ ସ୍ୱତନ୍ତ୍ର କୋର୍ଟ ଏହି ମାମଲାରେ ଉଭୟଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇବା ସହ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି । ପ୍ରମାଣ ଅଭାବରୁ ତୃତୀୟ ଅଭିଯୁକ୍ତ ସଜ୍ଜାଦୁର ରେହମନଙ୍କୁ ଅଦାଲତ ଦୋଷମୁକ୍ତ କରିଛନ୍ତି । ୧୨ ବର୍ଷ ଧରି ତଦନ୍ତ ଓ ବିଚାର ଚାଲିଥିବା ଏହି ମାମଲାର ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଜଜ୍ ଅଶୋକ କୁମାର । ୨୦୦୭ ମସିହା ନଭେମ୍ବର ୨୩ ତାରିଖ ଦିନ ଫୈଜାବାଦର ଏକ ଅଦାଲତରେ ବୋମା ବିସ୍ଫୋରଣ ହେବା ପରେ ସେମାନଙ୍କୁ ଧରାଯାଇଥିଲା । ଫୈଜାବାଦ ବାର୍ ଅ ।ସୋସିଏସନ୍ର ସଭାପତି ବିଜୟ ବାହାଦୁର ସିଂହ କହିଛନ୍ତି: ଉଚିତ ରାୟ ଦିଅ ।ଯାଇଛି । ସେମାନେ ଫୈଜାବାଦ ବିସ୍ଫୋରଣରେ ସମ୍ପୃକ୍ତ ଥିଲେ । ବାରାଣସୀ ଏବଂ ଲକ୍ଷେ୍ନøରେ ମଧ୍ୟ ବିସ୍ଫୋରଣ ଘଟିଥିଲା । ଗୋଟିଏ ସଂଗଠନର ହୋଇଥିବାରୁ ସବୁ ବିସ୍ପୋରଣକାରୀଙ୍କର ପାରସ୍ପରିକ ଯୋଗସୂତ୍ର ଥିଲା । ଏହି ବିସ୍ଫୋରଣ ଘଟଣାରେ ୪ ଜଣ ଲୋକଙ୍କର ପ୍ରାଣହାନୀ ଘଟିଥିଲା ଓ ଅନ୍ୟ ୨୬ ଜଣ ଅ ।ହତ ହୋଇଥିଲେ ।
previous post
next post