ଉତ୍ତରପଶ୍ଚିମ ଚୀନ୍ର ୟିନଚୁଆନ ସହରରେ ଏକ ରେସ୍ତୋରାଁରେ ସିଲିଣ୍ଡର ବିସ୍ଫୋରଣ ହୋଇ ୩୧ ଜଣଙ୍କ ମୃତ୍ୟୁ ହୋଇଯାଇଛି। ପେଟ୍ରୋଲିୟମ ଗ୍ୟାସ୍ ଲିକ୍ ପରେ ଏହି ବିସ୍ଫୋରଣ ହୋଇଥିଲା ବୋଲି ପ୍ରକାଶ ହୋଇଛି ।
ସୂଚନାନୁଯାୟୀ , ଗତରାତିରେ ହୋଇଥିବା ଏହି ବିସ୍ଫୋରଣରେ ୨୧ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଆଜି ହସ୍ପିଟାଲରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହୁରି ୭ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ୟିନଚୁଆନର ଏକ ବାର୍ବିକ୍ୟୁ ରେସ୍ତୋରାଁରେ ଗତରାତି ୮.୪୦ ସମୟରେ ଏହି ବିସ୍ଫୋରଣ ହୋଇଛି। ଅଗ୍ନିକାଣ୍ଡ ପରେ ଉଦ୍ଧାର କାର୍ଯ୍ୟ ପାଇଁ ତ୍ବରିତ ପଦକ୍ଷେପ ଗ୍ରହଣ ହୋଇଥିଲା। ୧୦୦ରୁ ଅଧିକ ଅଗ୍ନି ନିର୍ବାପକ ସଦସ୍ୟ ନିଆଁ ଲିଭା କାର୍ଯ୍ୟରେ ମୁତୟନ ହୋଇଥିଲେ।