ବିଶ୍ୱ

ନୂଆ ମହାମାରୀ: ‌ପ୍ରସ୍ତୁତ ରହିବାକୁ ସତର୍କ ସୂଚନା

(ଦିଲ୍ଲୀ) : ବ୍ରିଟେନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ସାର୍ ପାଟ୍ରିକ୍ ଭାଲାନ୍ସ କହିଛନ୍ତି ଯେ ବିଶ୍ୱ ଖୁବ୍ ଶୀଘ୍ର ଅନ୍ୟ ମହାମାରୀର ସମ୍ମୁଖୀନ ହେବାକୁ ଯାଉଛି ଏବଂ ଏହାକୁ ରୋକିବା ପ୍ରାୟ ଅସମ୍ଭବ। ଅନ୍ୟ ଏକ ମହାମାରୀ ଆସିବା ନିଶ୍ଚିତ ବୋଲି ଭାଲାନ୍ସ ଚେତାବନୀ ଦେଇଛି। ଭାଲାନ୍ସ କହିଛନ୍ତି କରୋନା ମହାମାରୀ ସମୟରେ ବାଧ୍ୟ ହୋଇ ସରକାର ଚିକିତ୍ସା ତଥା ଟିକା ପାଇବା ପାଇଁ କଠୋର ପଦକ୍ଷେପଗୁଡ଼ିକ ଗ୍ରହଣ କରିଥିଲେ।

ସୂଚନାନୁଯାୟୀ ,ଗତ କିଛି ବର୍ଷ ମଧ୍ୟରେ, କରୋନା ଭୂତ‌ାଣୁ ଯୋଗୁ ସୃଷ୍ଟି ହୋଇଥିବା ମହାମାରୀ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି। ଏଭଳି ପରିସ୍ଥିତିରେ ଭାଲେନ୍ସଙ୍କ ଚେତାବନୀ ପୁଣି ଥରେ ଚିନ୍ତା ବଢ଼ାଇ ଦେଇଛି। ଦି ଗାର୍ଡିୟନ ରିପୋର୍ଟ ଅନୁସାରେ ହେ ଫେଷ୍ଟିଭାଲରେ ଭାଷଣ ଦେଇ ଭାଲାନ୍ସ କହିଛନ୍ତି ଆସନ୍ତା ସମୟରେ ନିର୍ବାଚନରେ ଅଧିକ ଧ୍ୟାନ ନ ଦେଇ​​ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ମୁକାବିଲା ଉପରେ ଦୃଷ୍ଟି ଦେବା ଆବଶ୍ୟକ। ଭାଲାନ୍ସ ଅନୁଯାୟୀ, ଏକ ଗୁରୁତ୍ବପୂର୍ଣ ବିଷୟ ହେଉଛି ଉଦୀୟମାନ ବିପଦର ଶୀଘ୍ର ଚିହ୍ନଟ ପାଇଁ ଉନ୍ନତ ନୀରିକ୍ଷଣ ବ୍ୟବସ୍ଥା ପ୍ରତିଷ୍ଠା କରିବା।

Related posts

୧୮ ହଜାର ବର୍ଷ ପଛକୁ ଚାଲି ଯିବ ଦୁନିଆ!

mahabharatanews

ଭାରତୀୟ ଦୂତାବାସ ଉପରେ ହୋଇଥିବା ଖାଲିସ୍ତାନ ସମର୍ଥକଙ୍କ ଆକ୍ରମଣର ଯାଞ୍ଚ କରିବ NIA

mahabharatanews

ଥମୁନି ଯୁଦ୍ଧ : ବଡ ହସ୍ପିଟାଲ ବନ୍ଦ 

mahabharatanews