Uncategorized

ଚୀନ ଲ୍ୟାବ୍‌ରୁ କରୋନା ଭୂତାଣୁ ବ୍ୟାପିବାର ପ୍ରମାଣ ରହିଛି: ପମ୍ପିଓ

ୱାଶିଂଟନ: ଚୀନର ଉହାନରୁ ବ୍ୟାପୀଥିବା କରୋନା କବଳରେ ଏବେ ବିଶ୍ୱର ପ୍ରାୟ ୨୧୦ଟି ରାଷ୍ଟ୍ର ରହିଛନ୍ତି । ତେବେ ଏହି ଭୂତାଣୁ ଦ୍ୱାରା ଆମେରିକା ଅଧିକ ପ୍ରଭାବିତ ହୋଇଛି । ଭୂତାଣୁ ସଂକ୍ରମଣରେ ଆମେରିକା ତଥା ଅନ୍ୟାନ୍ୟ ବିକଶିତ ରାଷ୍ଟ୍ର ନୟାନ୍ତ ହେଉଥିବା ବେଳେ ଚୀନ ଏହା ଉପରେ ନିୟନ୍ତ୍ରଣ ପାଇବାକୁ ନେଇ ଆମେରିକା ଲଗାତର ଚୀନକୁ ସଂକ୍ରମଣର କାରଣ କହିବା ସହ ଚୀନ ଲ୍ୟାବରୁ ଭୂତାଣୁ ବ୍ୟାପିଥିବା ଦାବି କରୁଆସୁଥିଲା । ବର୍ତ୍ତମାନ ଆମେରିକା ଦାବି କରିଛି ବାସ୍ତବରେ ଚୀନର ଲ୍ୟାବରୁ କରୋନା ଭୂତାଣୁ ବ୍ୟାପିଛି । ତାହାର ପ୍ରମାଣ ମିଳିଛି ବୋଲି ବୈଦେଶିକ ମନ୍ତ୍ରୀ ମାଇକ୍‌ ପମ୍ପିଓ କହିଛନ୍ତି।

ତେବେ ‌ସେ ଗଣମାଧ୍ୟମକୁ କୌଣସି ପ୍ରମାଣ ଦେଇନାହାନ୍ତି। ଉହାନସ୍ଥିତ ଚୀନର ଏକ ଲ୍ୟାବରେଟୋରିରୁ ଭୂତାଣୁ ବ୍ୟାପିଥିବା ବିଶ୍ଵର ଅନେକ ଦେଶ ସନ୍ଦେହ କରୁଛନ୍ତି। ଏହି ଲ୍ୟାବ୍‌ରେ କରୋନା ଭୂତାଣୁ ଉପରେ ଗବେଷଣା କରାଯାଉଥିଲା। ମାତ୍ର ଚୀନ ଏସବୁ ଅଭିଯୋଗକୁ ଖଣ୍ଡନ କରିଛି। ଏବିସି ନ୍ୟୁଜ ସହିତ ଏକ ସାକ୍ଷାତକାରରେ ମାଇକ୍‌ ପମ୍ପିଓ ଚୀନ ବିରୋଧରେ ଅନୁରୂପ ଅଭିଯୋଗ ଆଣିବା ସହିତ ଏ ନେଇ ପ୍ରମାଣ ରହିଥିବା କହିଛନ୍ତି। ଏହା ପୂର୍ବରୁ ସେ କହିଥିଲେ ଯେ, ଆମେରିକା ଏହାର ତଦନ୍ତ ଜାରି ରଖିଛି।

Related posts

ସ୍କୁଲ ଛାତ୍ରଙ୍କ ପକେଟରେ ବାଣ ବିସ୍ପୋରକ ହୋଇ ୨ ଛାତ୍ର ଗୁରୁତର

mahabharatanews

ପୂର୍ବତନ ସ୍ଥଳସେନା କମାଣ୍ଡର ହୁନଙ୍କ ବିୟୋଗରେ ମୋଦିଙ୍କ ଶୋକ

mahabharatanews

ସୁପ୍ରିମ କୋର୍ଟ: ସାହିନବାଗ ଶୁଣାଣି ଆସନ୍ତା ୨୬ ଯାଏ ସ୍ଥଗିତ

mahabharatanews