ଓଡିଶା

ଚୋର ପାଇଁ ପୁଲିସ ସହ ବିଚାରପତି ସଙ୍ଗରୋଧ

ଚଣ୍ଡିଗଡ: ସମ୍ପ୍ରତି ବିଶ୍ୱରେ ଗୋଟିଏ ମାତ୍ର ବିଷୟ, ତାହା ହେଉଛି କରୋନା ସଂକ୍ରମଣ, ଏହାକୁ ନେଇ ଚିକିତ୍ସା, ମୃତ୍ୟୁ । କିଏ ସଂକ୍ରମିତ, ତାର ସଂସ୍ପର୍ଶରେ କିଏ କେତେବେଳେ ସଂକ୍ରମିତ ହେବ ତାହା କହି ହେବ ନାହିଁ । ତେଣୁ ବିଶ୍ୱ ବ୍ୟାପୀ ଏହାକୁ ନେଇ ସଚେତନତା ଅବଲମ୍ବନ କରାଯାଉଛି । ଏହା ସତ୍ତେ୍ୱ ମଧ୍ୟ ସଂକ୍ରମଣ ବ୍ୟାପୁଛି, ଯେମିତି ପଞ୍ଜାବର ଲୁଧିଆନାରେ ଦେଖିବାକୁ ମଳିଛି । ପଞ୍ଜାବର ଲୁଧିଆନାରେ ଜଣେ ଚୋର ପାଇଁ ୭ଜଣ ପୁଲିସ କର୍ମଚାରୀ ଏବଂ ଜଣେ ବିଚାରପତିଙ୍କୁ ସଙ୍ଗରୋଧରେ ରହିବାକୁ ପଡିଛି ।

ଲୁଧିଆନା ପୁଲିସ ଦୁଇ ଚୋରଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ହାଜର କରାଯିବ ପରେ ଦୁଇ ଜଣ କାଶିବା ଆରମ୍ଭ କରିଦେଇଥିଲେ । ଏହାକୁ ନେଇ ବିଚାରପତି ମୋନିକା ସିଂ ସନ୍ଦେହ କରିବା ସହ ଉଭୟଙ୍କ କରୋନା ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଜଣେ ଚୋର ଖସି ପଳାଇଥିଲା । ତେବେ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା କରାଯିବ ପରେ ରିପୋର୍ଟ ପଜିଟିଭ ଆସିଥିଲା । ଏହା ପରେ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ପୁଲିସ ଦଳକୁ ଘରେ ସଙ୍ଗରୋଧରେ ରହିବା ପାଇଁ କୁହାଯିବା ସହ ବିଚାରପତି ମୋନିକା ସିଂ ମଧ୍ୟ ଘରେ ସଙ୍ଗରୋଧରେ ରହିବାକୁ ବାଧ୍ୟ ହୋଇଛନ୍ତି।

Related posts

ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

mahabharatanews

ରାଜ୍ୟକୁ ବିଳମ୍ୱରେ ପହଞ୍ଚିବ ମୌସୁମୀ !

mahabharatanews

ମଣିଷଖିଆ କୁମ୍ଭୀରଙ୍କ ଉତ୍ପାତ; ଉଦ୍ଧାର ହେଲା ବାବାଙ୍କ ମୁଣ୍ଡ 

mahabharatanews